ଗଞ୍ଜାମ: ସମୁଦୁଣୀଙ୍କ ତଣ୍ଟିକାଟି ଝିଅ ହତ୍ୟାକାଣ୍ଡର ପ୍ରତିଶୋଧ ନେଲା ବାପା

ବୁଗୁଡ଼ା: ସମୁଦୁଣୀଙ୍କ ତଣ୍ଟିକାଟି ଶନିବାର ଜଣେ ଲୋକ ନିଜ ଝିଅ ହତ୍ୟାକାଣ୍ଡର ପ୍ରତିଶୋଧ ନେଇଛି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣାସାହିରେ ଏହି ଅଭାବନୀୟ ଘଟଣା ଘଟିଛି।

ରିପୋର୍ଟ ଅନୁୁସାରେ ୨୦୧୭ ଅକ୍ଟୋବର ୩୦ରେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ପଟାଧାର ଗ୍ରାମର ପଦ୍ମନାଭ ସାହୁଙ୍କ ଝିଅ ଭାରତୀ ସାହୁ ଶାଶୁଘରେ ଆତ୍ମହତ୍ୟା କରିଥିଲେ। ମାତ୍ର ଭାରତୀୟର ବାପଘର ଲୋକେ ଥାନରେ ହତ୍ୟା ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ପୁଲିସ ଭାରତୀଙ୍କ ସ୍ୱାମୀ ରଘୁନାଥ ସାହୁ, ଶାଶୁ କନକ ସାହୁ, ଶ୍ୱଶୁର କବିଚନ୍ଦ୍ର ସାହୁ ଓ ଦିଅର ଶାନ୍ତନୁ ସାହୁକୁ ଗିରଫ କରିଥିଲା।

ଗତ ବର୍ଷର ସେହି ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ବାପା ପଦ୍ମନାଭ ସୁଯୋଗ ଖୋଜୁଥିଲା। ଆଜି ସେହି ସୁଯୋଗ ମିଳିବା ପରେ ପ୍ରତିଶୋଧ ପରାୟଣ ହୋଇ ଝିଅ ଶାଶୁ ଘରେ ପ୍ରବେଶ କରିଥିଲା। ଘରେ କବିଚନ୍ଦ୍ର ସାହୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ କନକ ସାହୁଙ୍କ ତଣ୍ଟିକାଟିଥିଲା। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପଦ୍ମନାଭ ଫେରାର ଅଛି।

ସୂଚନାଯୋଗ୍ୟ ଯୌତୁକ ଜନିତ ନିର୍ଯାତନା ପରେ ଭାରତୀ ଶେଷର ଆତ୍ମହତ୍ୟା କରିଥିଲା। ବୋହୂଙ୍କ ମୃତ୍ୟୁ ଘଟଣାରେ ଶାଶୁଘର ଲୋକେ ଜେଲ ଯାଇଥିଲେ। ନିକଟରେ ଶାଶୁ ଜେଲ୍‌ରୁ ମୁକୁଳିଥିଲେ।

ସମ୍ବନ୍ଧିତ ଖବର