ମହିଳାଙ୍କୁ ବୀଭତ୍ସ ହତ୍ୟା : ଗଣଦୁଷ୍କର୍ମ ସନ୍ଦେହ, ସ୍ବାମୀ ବାହାରିନ୍‌ରେ

ବେଗୁନିଆପଡ଼ା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବୁରୁଝୁରୀ ଗ୍ରାମର ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ମହିଳାଙ୍କ ଆଜବେଷ୍ଟସ୍‌ ଘର କଣା କରି ଭିତରେ ପଶିବା ସହିତ ଏହି କାଣ୍ଡ ଘଟାଇଛନ୍ତି। ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ଦୁର୍ଷ୍କମ ପରେ ହତ୍ୟା କରା ଯାଇଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ବୁରୁଝୁରୀ ଗ୍ରାମର ବିଶ୍ବନାଥ ନାୟକ ଓରଫ ବାବୁଲା ସୁଦୂର ବାହାରିନ ଦେଶରେ କାର୍ଯ୍ୟ କରନ୍ତି। ଗତ ଦୁଇବର୍ଷ ହେଲା ସେ ଘରକୁ ଆସି ନାହାନ୍ତି। ଘରେ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ନାୟକ ଓ ପୁଅ ଝିଅ ରହନ୍ତି। ଝିଅ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପୁଅ ଅଷ୍ଟମ ଶ୍ରେଣୀରେ ପଢ଼େ। ପୁଅ ଓ ଝିଅ ଦୁହେଁ ରବିବାର ବେଲପଡ଼ା ସ୍ଥିତ ପିଉସି ଘରକୁ ଯଜ୍ଞ ଦେଖିବାକୁ ଯାଇ ରାତିରେ ଫେରି ନ ଥିଲେ। ପିଉସି ଘରେ ଦୁହେଁ ରହି ଯାଇଥିବା ବେଳେ ବିଜୟଲକ୍ଷ୍ମୀ ଘରେ ଏକୁଟିଆ ଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ତାଙ୍କର ଘରର କବାଟ ଖୋଲା ଯାଇ ନଥିବା ଦେଖି ସାହି ପାଡିଶା ଲୋକେ ସନ୍ଦେହରେ ପଡିଥିଲେ। କବାଟ ବାଡ଼େଇ ବିଜୟଲକ୍ଷ୍ମୀଙ୍କୁ ଡାକ ପକାଇଥିଲେ। କିନ୍ତୁ କୌଣସି ଉତ୍ତର ପାଇ ନ ଥିଲେ। ଆଉ ଛାତ ଉପର ସିଡ଼ି ଘରର ଆଜବେଷ୍ଟସ୍‌ ଖୋଲା ରହିଥିବା ଦେଖିବାକୁ ପାଇ ଗ୍ରାମବାସୀ ଆହୁରି ଅଧିକ ସନ୍ଦେହରେ ପଡିଥିଲେ। ଏ ସମ୍ପର୍କରେ ତୁରନ୍ତ କୋଦଳା ଥାନା ଏବଂ ବେଗୁନିଆପଡ଼ା ଫାଣ୍ଡିକୁ ଖବର ଦେଇଥି‌ଲେ। ଖବର ପାଇ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ପୁଲିସ ପହଂଚି ଖୋଳତାଡ ଆରମ୍ଭ କରିଥିଲା। କବାଟ ଭାଙ୍ଗି ଘରେ ପଶିବା ବେଳେ ମହିଳାଙ୍କ ପାଟିରେ କନା ବନ୍ଧା ଯାଇଥିବା ଏବଂ ମହିଳାଙ୍କ ଦେହରେ କୌଣସି କପଡ଼ା ନଥିବା ପୁଲିସ ଦେଖିବାକୁ ପାଇଥିଲା। ଘର ସାରା ରକ୍ତ ଭାସୁଥିବା ବେଳେ ମହିଳାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇ ହତ୍ୟା କରା ଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର