ଗଞ୍ଜାମରେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଚେତ ଅବସ୍ଥାରେ ବୁଗୁଡ଼ା ମୁଖ୍ୟ ବଜାରରୁ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ୨ ଜଣ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ପୀଡ଼ିତାଙ୍କୁ ବୁଗୁଡ଼ା ମୁଖ୍ୟ ବଜାରରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଗୁଡ଼ା ଥାନାରେ ହୋଇଥିବା ଅଭିଯୋଗ ପରେ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୁକ୍ତମାନେ ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ଦୟନୀୟ ଅବସ୍ଥାରେ ଛାଡ଼ି ପଳାଇଥିଲେ। ଆଜି ଅପରାହ୍ନରେ ଛାତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ଲୋକ ହସ୍ପିଟାଲକୁ ନେଇ ଯାଇଥିଲେ। ଚେତା ଫେରିବା ପରେ ପୀଡ଼ିତା ସମସ୍ତ ଘଟଣା ସଂପର୍କରେ ପୁଲିସକୁ କହିଛନ୍ତି।

ପୀଡ଼ିତାଙ୍କ ଅନୁସାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା ୧୫ ଦିନ ତଳେ ପେମିକଙ୍କ ଦ୍ୱାର ସେ ଦୁଷ୍କର୍ମର ଶିକାର ହୋଇଥିଲେ। ସେ ଦିନ ପ୍ରେମିକ ତାଙ୍କୁ ନିଶା ଦେଇ ତାଙ୍କ ଆଶା ପୂରଣ କରିଥିଲା

ସମ୍ବନ୍ଧିତ ଖବର