ଅଶ୍ଳୀଳ ଇଙ୍ଗିତ କରି ଯୁବକ ଗିରଫ

ଶେରଗଡ଼: ଶେରଗଡ଼ ଥାନା ଇଲାକାରେ ଜଣେ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିବା ଅଭିଯୋଗରେ ପୁଲିସ ଗୋପୀ ବିଷୋୟୀ ନାମକ ଜଣେ ଯୁବକକୁ ଗିରଫ କରିଛି। ଗତ ୧୯ ତାରିଖରେ ଗୋପୀ ଉକ୍ତ ମହିଳାଙ୍କ ଘରେ ପଶି ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲା। ଏନେଇ ଗତ  ୨୦ ତାରିଖରେ ମହିଳା ଜଣକ ଏତଲା ଦେବା ପରେ କେସ ନମ୍ବର ୮୩ ଅନୁସାରେ ମାମଲା ରୁଜୁ ହୋଇଥିଲା। ଘଟଣା ପରଠୁ ଗୋପୀ ଫେରାର‌୍‌ ଥିବା ବେଳେ ଏଏସଆଇ ହରିହର ଗନ୍ତାୟତଙ୍କ ନେତୃତ୍ବରେ ଏକ ଟିମ୍‌ ତା’ର ଗ୍ରାମରେ ଚଢଉ କରି ଗିରଫ କରିଥିଲା।

ସମ୍ବନ୍ଧିତ ଖବର