ଦୁଷ୍କର୍ମ ଅଭିଯୋଗରେ ଯୁବକ ଅଟକ

ମୋହନା: ଅଡ଼ବା ଥାନା ଗୁଲୁବା ପ˚ଚାୟତ ମୁଟାଗୁଡା ଗ୍ରାମର ଜଣେ ନାବାଳିକା ବର୍ତ୍ତମାନ ୪ ମାସର ଗର୍ଭବତୀ। ଏ ସଂକ୍ରାନ୍ତରେ ସୁଲାଗୁଡା ଗ୍ରାମର ପିନୁଏଲ ଗମାଙ୍ଗଙ୍କୁ ପୁଲିସ ଥାନାରେ ଅଟକ ରଖିଛି। ବାଳିକା ଜଣକ ମୋହନା ସ୍ଥିତ ଏକ ଆଦିବାସୀ ଛାତ୍ରୀନିବାସରେ ରହି ବାଳିକା ଊନ୍ନୀତ ଊଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀ ପଢୁଛନ୍ତି। ଗତ ଦଶହରା ଛୁଟିରେ ନିଜ ଗ୍ରାମକୁ ଯାଇଥିବା ସମୟରେ ପିନୁଏଲ ତାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ବର୍ତ୍ତମାନ ନାବାଳିକା ଜଣକ ଗର୍ଭବତୀ ଥିବା ଅଡ଼ବା ଥାନାରେ ଅଭିଯୋଗ ହୋଇଛି। କେସ ନ˚ ୫୦/୨୦୧୮ ପ୍ରକାରେ ମାମଲା ରୁଜୁ କରାଯାଇ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ପଠା ଯାଇଥିବା ବେଳେ ପିନୁଏଲକୁ ଅଡ଼ବା ଥାନାରେ ଅଟକ ରଖି ପଚାରାଉଚୁରା ଚାଲିଛି। ସବ-ଇନିସପେକ୍ଟର ମମତା ପଣ୍ତା ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର