ପୋଖରୀରେ ବୁଡି ଯୁବକ ମୃତ 

ବୁଗୁଡା: ବୁଗୁଡା ଥାନା ବାଲିପଦର ଫାଣ୍ଡି ମଙ୍ଗଳପୁର ଗ୍ରାମର ନାରାୟଣ ଖଟେଇ ନାମକ ଜଣେ ଯୁବକ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇର୍ ପଠାଇଛି । ଏନେଇ କେସ ନଂ ୧୪/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ସୁଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମୃତ ଭଗବାନ ଛଅବର୍ଷ ତଳେ ବିବାହ କରିଥିବା ବେଳେ ବହୁ ଦିନ ହେଲା ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିବା ଜଣାପଡିଛି । ଏଥିଯୋଗୁଁ ସେ ଅତ୍ରଧିକ ମଦ୍ୟପାନ କରୁଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳଛି ।

ସମ୍ବନ୍ଧିତ ଖବର