ଯାଜପୁର: ଯୁବତୀଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ, ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କବୀରପୁର ନିକଟରେ ଆଜି ପୂର୍ବାହ୍ଣରେ ଜଣେ ଯୁବତୀଙ୍କ ମୁଣ୍ଡ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚିି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।

ମିଳିଥିବା ସୂଚନା ଅନୁଯାୟୀ,  ଝଲପଦା ଅଞ୍ଚଳର ଗୌରାଙ୍ଗ ଭୋଇଙ୍କ ଝିଅ ମନୀଷା ଭୋଇ (୨୩ ବର୍ଷ)ତାଙ୍କ ଭିଣୋଇଙ୍କ ସହିତ ହରିପୁର ହାଟକୁ ଆସି ଘରକୁ ବାଇକରେ ଫେରୁଥିବା ବେଳେ କବୀର ପୁର ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ଥିବା ହମ୍ପ୍‌ସ ଯୋଗୁଁ ତଳେ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ପଛରୁ ଆସୁଥିବା ଟ୍ରକ୍‌ ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା।

ସମ୍ବନ୍ଧିତ ଖବର