ନୂଆପଡ଼ା: ସାପକାମୁଡ଼ାରେ ଯୁବତୀ ମୃତ

ନୂଆପଡ଼ା: ଗତକାଲି ରାତିରେ ଘରେ ମାଆ ପାଖରେ ଶୋଇଥିବା ବେଳେ ସାପକାମୁଡ଼ିବାରୁ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ସଦର ନାଗପଡ଼ା ଗ୍ରାମର ବନିତା ରାଉତ( ୧୯ ବର୍ଷ) ନିଜ ମାଆ ପାଖରେ ଗତକାଲି ରାତିରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ରାତି ପ୍ରାୟ ୧୧ଟା ବେଳେ ପରିବାର ଲୋକେ ବନିତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଆଜି ସକାଳେ ଚିକିତ୍ସିତ ଅବସ୍ଥାରେ ବନିତାଙ୍କର ମୃତ୍ୟୁ ଘଟିଛି। ଶବ ବ୍ୟବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର