ସହିଦ ବାପାଙ୍କ ପ୍ରତିମୂର୍ତ୍ତକୁ ଦେଖି କୁନି ଝିଅଟି ଗେଲ କରି ମିଠା ଖୁଆଇ ଯେମିତି ଜୀବନ ଭରି ଦେବାକୁ ଚେଷ୍ଟା କରୁଛି

ମାଲକାନଗିରି: ଗତ ୨୦୧୮ ଜାନୁଆରି ୨୪ ତାରିଖରେ ଶତ୍ରୁଙ୍କ ସହ ଲଢ଼େଇ କରୁଥିବା ସମୟରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ମୁଲଚାନ୍ଦ କୁମାର ସହିଦ ହୋଇଯାଇଥିଲେ। ମୁଲଚାନ୍ଦଙ୍କ ପତ୍ନୀ ସେହି ସମୟରେ ଅନ୍ତସତ୍ତ୍ୱା ଥାଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ମୁଲଚାନ୍ଦଙ୍କ ସହିଦ ଖବର ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା। ମୁଲଚାନ୍ଦଙ୍କ ପତ୍ନୀ ସ୍ୱାମୀ ସହିଦ  ହେବା ପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ଦୁନିଆ ଦେଖିବା ଆଗରୁ କୁନି ଝିଅଟି ଯେ ତାର ସବୁଠାରୁ ମୂଲ୍ୟବାନ ସମ୍ପତ୍ତିକୁ ହରାଇ ଦେଇ ସାରିଛି ତାହା ସେ ବୁଝିବାକୁ ଅକ୍ଷମ ରହିଥିଲା। କୁନି ଝିଅଟି ଯଦିଓ ତାର ବାପାକୁ ଦେଖି ନଥିଲା କିନ୍ତୁ ସବୁବେଳେ ଘରେ ଥିବା ଫଟୋକୁ ଦେଖି ନିଜ ବାପାଙ୍କୁ ବେଶ ଭଲ ଭାବେ ଚିହ୍ନି ନେଇଥିଲା ସେ। ବାପାଙ୍କ ଜନ୍ମଦିନରେ ଯେତେବେଳେ ବାପାଙ୍କ ପ୍ରତିମୂର୍ତ୍ତି ଦେଖିଲା ନିଜର ସବୁ ଭଲ ପାଇବାକୁ ସେଠାରେ ହିଁ ଅଜାଡି ଦେଇଥିଲା। ବାପାଙ୍କ ପ୍ରତିମୂର୍ତ୍ତିରେ ସେ ଯେପରି ଜୀବନ ଭରି ଦେବାକୁ ସତ ଚେଷ୍ଟା କରୁଥିଲା। ଏବଂ ଗେଲ କରିବା ସହିତ ମିଠା ବି ଖୁଆଇ ଦେଉଥିଲା ।

ବାପାଙ୍କ ପ୍ରତିମୂର୍ତ୍ତି ଆଗରେ କୁନି ଝିଅର ଏଭଳି ଭଲ ପାଇବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ଆଖି ଲୁହରେ ଭରି ଯାଇଥିଲା। କିନ୍ତୁ କୁନି ଝିଅଟି କ’ଣ ଜାଣିଛି ସେ ଯେତେ ନେହୁରା ହେଲେ ବି ତାର ବାପା ଆଉ ଅଫେରା ଦୁନିଆରୁ ତା’ ପାଇଁ ଚାହିଁକି ବି ଫେରି ଆସି ପାରିବେ ନାହିଁ।

ସମ୍ବନ୍ଧିତ ଖବର