ଛାତ ଉପରେ ଖେଳିବା କାଳ ହେଲା, ବିଦ୍ୟୁତ କରେଣ୍ଟରେ ଛାତ୍ରୀର ମୃତ୍ୟୁ

ଫୁଲବାଣୀ: ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ଫୁଲବାଣୀ ସରକାରୀ ବାଳିକା ହାଇସ୍କୁଲର ଜଣେ ଛାତ୍ରୀର ରବିବାର ମୃତ୍ୟୁ ଘଟିଛି। ନଦୀଖଣ୍ଡିସାହିର ଭାଗିରଥୀ ମଲ୍ଲିକ ଝିଅ ତୁଳସୀ ଆଜି ପଡୋଶୀଙ୍କ ଘର ଛାତ ଉପରକୁ ୨ ଜଣ ସାଙ୍ଗଙ୍କ ସହ ଯାଇ ଖେଳୁଥିଲା। ଛାତ ଉପରେ ଯାଇଥିବା ୧୧ କେଭି ତାରରେ ତୁଳସୀର ହାତ ଲାଗି ଯାଇଥିଲା। ଏଥିରେ ସେ ଅଚେତ ହୋଇ ପଡିବାରୁ ତାକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତୁଳସୀର ମୃତ୍ୟୁକୁ ନେଇ ପରିବାର ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର