ଗୋବିନ୍ଦପୁର ମହାବୀର ମନ୍ଦିର କମିଟି ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର/ରେମୁଣା: ବାଲେଶ୍ୱର ଜିଲ୍ଲା ରେମୁଣା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମହାବୀର ମନ୍ଦିର କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ସମ୍ବାଦ- ଆମ ଓଡ଼ିଶା ସହଯୋଗରେ ସ୍ଥାନୀୟ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ତଥା ଯୁବ ବ୍ୟବସାୟୀ ମନୋରଞ୍ଜନ ପଢ଼ିଆରୀଙ୍କ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ଭିଜିଲାନ୍‌ସ ଏସପି ସୁନିଲ କୁମାର ସେନାପତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହିତ କମିଟି ଏଭଳି ମତ କାର୍ଯ୍ୟ ଆୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ରକ୍ତ ଭଣ୍ଡାର ଅଧିକାରୀ ଡ଼ା ବସନ୍ତ କୁମାର ଉପାଧ୍ୟାୟ, ସ୍କୁଲ କମିଟିର ସଭାପତି ଶ୍ରୀକୃଷ୍ଣ ଭୋଇ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡ଼ା ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବସନ୍ତ କୁମାର ଜେନା, ଜ୍ୟୋତିଶ କୁମାର ପ୍ରଧାନ, ସାୟାଦ ଦିଲଦାର, ବିନୋଦ ବିହାରୀ ଦାସ ଓ ନରେନ୍ଦ୍ର କୁମାର ମଲ୍ଲିକ ରକ୍ତ ସଂଗ୍ରହ କରିଥିଲେ।

ଶ୍ରୀଧର ସ୍ୱାଇଁ, ଜୟନ୍ତ ସ୍ୱାଇଁ, ଚିନ୍ମୟ ଜେନା, ରାଜେନ୍ଦ୍ର ଭୋଇ, ମୁନା ଭୋଇ, ସରୋଜ ରାଉତ, ଦିଲ୍ଲୀପ ରାଉତ, ସୁମନ ସ୍ୱାଇଁ, ଗୌରୀ ପୁହାଣ, ଚିତ୍ତ ଭୋଇ, ଗୋପାଳ ଜେନା, ରବୀନ୍ଦ୍ର ଭୋଇ, ପ୍ରଦୀପ ଭୋଇ, ପ୍ରକାଶ ଭୋଇ, ଦେବାଶିଷ ମହାପାତ୍ର, ସନ୍ତୋଷ ଜେନା, ପ୍ରଦୀପ ବେହେରା, ମାନସ ରାଉତ, ଅଶୋକ ରାଉତ, ଲକ୍ଷ୍ମଣ କୁମାର ପରିଡ଼ା, ସ୍କୁଲର ପ୍ରଧାନ ଶିକ୍ଷକ ରାଧାଶ୍ୟାମ ପରିଡ଼ା, ଶିକ୍ଷକ ଭ୍ରମର କୁମାର ପାତ୍ର, ମୁକ୍ତକଣ୍ଠ ପତି, ସୁବୋଧ କୁମାର ସାହୁ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।

ଶିବିରରୁ ୧୦୬ୟୁନିଟ ରକ୍ତ ସଂଗୃହୀତ ହୋଇଛି। ରେମୁଣା ବ୍ଲକ ସମ୍ବାଦ ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପାଢ଼ୀ, ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକଙ୍କ ସହ କମିଟିର ସମସ୍ତ କର୍ମକର୍ତ୍ତା ଏବଂ ସ୍କଲୁ କମିଟିର ସଭ୍ୟ ସହଯୋଗ କରିଥିଲେ। ସମ୍ପାଦକ ଅମିତ ଚଣ୍ଡ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର