ରାଉରକେଲା: କାନ୍ଥ ଭୁଶୁଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ରାଉରକେଲା: ଆଜି ସକାଳେ ରାଉରକେଲା ସେକ୍ଟର – ୧ ଠାରେ ଥିବା ଓଡ଼ିଶା ବନବିଭାଗର ଏକ ପରିତ୍ୟକ୍ତ ଗୋଦାମ ଭୁଶୁଡ଼ି ପଡ଼ିବା ଫଳରେ ଘଟଣାସ୍ଥଳରେ ଅସ୍ଥାୟୀ ଜଗୁଆଳି ମୋହନ କଛପଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଥଗନୀ କଛପ ଗୁରୁତର ଭାବେ ଆହତ ହୋଇଛନ୍ତି। ଥଗନୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।


ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଦୁଇ ନମ୍ବର ସେକ୍ଟରର ଘୋଡ଼ାବନ୍ଧ ବସ୍ତିର ସୋହନ କଛପ ଓଡ଼ିିଶା ବନ ନିଗମରେ ଅସ୍ଥାୟୀ ଜଗୁଆଳି ଭାବେ କାର୍ଯ୍ୟ କରନ୍ତି। ଆଜି ସକାଳେ ଶ୍ରୀ ଛଗନ ଓ ତାଙ୍କ ପତ୍ନୀ ଥଗନୀ ବନ ବିଭାଗର ଏକ ପରିତ୍ୟକ୍ତ ଗୋଦାମ ନକଟରେ ଠିଆ ହୋଇଥିବା ବେଳେ ହଠାତଏହି ଗୋଦାମଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆରଜିଏଚ୍‌କୁ ଅଣାଯାଇଥିଲା। ମାତ୍ର ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ସୋହନଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର