ଭଦ୍ରକ: ସଦର ବ୍ଲକ ଅନ୍ତର୍ଗତ ରାହାଞ୍ଜ ଛକରେ ଶନିବାର ସନ୍ଧ୍ୟାରେ ଜଣେ ବିଧବା ମହିଳାଙ୍କ ଠାରୁ ସୁନାହାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅସୁରା ଗ୍ରାମର ସୂର୍ଯ୍ୟମଣି ସାହୁ (୫୭)ଙ୍କ ଠାରୁ ଲୁଟେରାମାନେ ସୁନାହାର ଲୁଟି ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂର୍ଯ୍ୟମଣି ନେସ୍କୋ ଭଦ୍ରକର ପିଅନ ଭାବେ କାମ କରନ୍ତି। ପ୍ରତିଦିନ ପରି ଆଜି ସନ୍ଧ୍ୟାରେ ଏକ ଅଟୋ ଯୋଗେ ଚରମ୍ପାରୁ ଆସି ରାହାଞ୍ଜ ଛକରେ ଓହ୍ଲାଇ ରାସ୍ତା ପାର ହେବା ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ନିଜକୁ ପୁଲିସ ପରିଚୟ ଦେଇ ହାର ଓ କାନଫୁଲ କାଢି ବ୍ୟାଗରେ ରଖିବାକୁ ପରାମର୍ଶ ଦେଇଥିଲେ। ବୁଢୀ ମାଉସୀ ପୁଲିସ ଭାବି ନିଜ ସୁନା ହାର, କାନଫୁଲ ଓ ମୁଦିକୁ କାଢି ବ୍ୟାଗରେ ରଖୁଥିବା ବେଳେ ଦୁଇ ଦୁର୍ବୃତ୍ତ ଏହାକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ।
ବିଧବା ମହିଳା ଜଣଙ୍କ କାନ୍ଦି କାନ୍ଦି ଏ କଥା ପାଖରେ ଥିବା ଦୋକାନୀକୁ ପ୍ରକାଶ କରିଥିଲେ । ଗତ ତିନି ଦିନ ତଳେ ରାହାଞ୍ଜ ବଜାରରେ ଚୋରୀର ପର୍ଦ୍ଦାଫାଶ ହୋଇ ନ ଥିବା ବେଳେ ଆଜିର ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ରାଣୀତାଳ ଠାରୁ ଚରମ୍ପା ମଧରେ ଏଭଳି ବାରମ୍ବାର ଲୁଟ ହେଉଥିବାରୁ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।