ଘଟଗାଁ :୧୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଲେ ଦୁଇ ଦୁର୍ବୃତ୍ତ

ଘଟଗାଁ: ଆଜି ସକାଳେ ଘଟଗାଁ ଥାନା ଅନ୍ତର୍ଗତ ଡେଙ୍କିକୋଟ୍‌ ବଜାରରେ ଥିବା କୌଳାଶ ଜୁଏଲାରିର ମାଲିକଙ୍କ ଠାରୁ ଦୁଇ ଜଣ ଦୁର୍ବୃତ୍ତ ୧୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଖବର ପାଇ ପୁଲିସ ତନାଘନା ଆରମ୍ଭ କରିଥିଲେ ମଧ୍ୟ ଅପରାଧୀମାନଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ପାରି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଡେଙ୍କିିକୋଟ ବଜାରରେ ଥିବା କୈଳାଶ ଜୁୁଏଲାରିର ମାଲିକ ମନ୍ମଥ ରଣା ପ୍ରତିଦିନ ରାତିରେ ଦୋକାନରେ ଥିବା ସୁନା ଅଳଙ୍କାରକୁ ଘରକୁ ନେଇ ଯାଆନ୍ତି ଓ ପ୍ରତିଦିନ ଦୋକାନ ଖୋଲିବା ବେଳେ ସାଙ୍ଗରେ ଅଳଙ୍କାର ଧରି ଆସନ୍ତି। ଆଜି ଶ୍ରୀ ରଣା ଦୋକାନ ଖୋଲିବା ବେଳେ ସର୍ଟରରେ କେହି ଦୁର୍ବୃତ୍ତ ବାଲି ପକାଇ ଦେଇଥିବାରୁ ସେ ଗହଣା ବ୍ୟାଗ୍‌କୁ ପାଖରେ ରଖି ସର୍ଟର ଖୋଲୁଥିବା ବେଳେ ଦୁଇଜଣ ଯୁବକ ପଲସର ମୋଟର ସାଇକେଲରେ ଆସିଥିଲେ। ଜଣେ ଗାଡ଼ି ଷ୍ଟାର୍ଟ କରି ରଖିଥିବା ବେଳେ ଆଉଜଣେ ଅଳଙ୍କାର ଥିବା ବ୍ୟାଗ୍‌ଟିକୁ ଝିଙ୍କି ନେଇ ବାଇକରେ ବସି ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର