ଢେଙ୍କାନାଳ: ଲାଞ୍ଚ ନେଇ ଧରାପଡ଼ିଲେ ଗଁଦିଆ ବ୍ଲକ୍‌ ମୁଖ୍ୟ କିରାଣୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ର ଜଣେ ପୂର୍ବତନ କର୍ମଚାରୀଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗଁଦିଆ ବ୍ଲକ୍‌ର ମୁଖ୍ୟ କିରାଣୀ ଭାଗିରଥୀ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବ୍ଲକ୍‌ର ଅବସରପ୍ରାପ୍ତ ଭିଏଲଡବ୍ଲ୍ୟୁ ଯୁଗୋଳ ବେହେରାଙ୍କ ପେନ୍‌ସନ ପେପର ଠିକ୍‌ କରିଦେବା ପାଇଁ ମୁଖ୍ୟ କିରାଣୀ ଶ୍ରୀ ସାହୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରୀ ବେହେରା ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ଆଜି ଶ୍ରୀ ବେହେରା ଶ୍ରୀ ସାହୁଙ୍କୁ ୨ ହଜାରେ ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲେ।

ସମ୍ବନ୍ଧିତ ଖବର