ଅନୁଗୁଳ: ବ୍ରେକ ଫେଲ ହୋଇ ପଏଣ୍ଟ୍‌ସ ମ୍ୟାନ ଉପରେ ଚଢ଼ିଗଲା ଟ୍ରେନ, ୭ଟି ବଗି ଲାଇନଚ୍ୟୁତ

ଅନୁଗୁଳ: ଆଜି ସକାଳେ ଅନୁଗୁଳ ଜିଲ୍ଲା ଜେଏସପିଏଲ କାରଖାନାରୁ ମାଲ ନେଇ ଷ୍ଟେସନକୁ ଯାଉଥିବା ଏକ ମାଲଗାଡ଼ି ବ୍ରେକ୍‌ ଫେଲ ହୋଇ ଯିବାରୁ ଏହାର ୭ଟି ବଗି ଓଲଟି ପଡ଼ିଛି।

ତେବେ ଟ୍ରାକ୍‌ ପରିବର୍ତ୍ତନ ସମୟରେ ପତାକା ଦେଖାଇ ସଙ୍କେତ ଦେଉଥିବା ପଏଣ୍ଟ୍‌ସ ମ୍ୟାନଙ୍କ ଉପରେ ଏହି ମାଲଗାଡିଟି ପ୍ରଥମେ ବ୍ରେକ୍‌ ଫେଲ ହୋଇ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ପଏଣ୍ଟସ ମ୍ୟାନ ହେଉଛନ୍ତି ବିନୟ ସାହୁ ଓ ତାଙ୍କର ଘର ଅନୁଗୁଳ ଜିଲ୍ଲା ଜରଡ଼ାରେ ବୋଲି ଜଣାପଡ଼ିିଛି।


ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଜିନ୍ଦଲ କମ୍ପାନୀରୁ ମାଲ ନେଇ ଷ୍ଟେସନ ଯାଉଥିବା ଏକ ମାଲଗାଡ଼ି ବ୍ରେକ୍‌ ଫେଲ ହୋଇ ଜରାସିଂହ ଠାରେ ପଏଣ୍ଟ୍‌ସ ମ୍ୟାନ ବିନୟ ସାହୁଙ୍କ ଉପରେ ଚଢ଼ିଯାଇଥିଲା। ପରେ ପରେ ଏହି ଟ୍ରେନ୍‌ଟି ଭାରସାମ୍ୟ ହରାଇ ବାରୁ ଏହାର ୭ଟି ବଗି ଲାଇନ୍‌ ଚ୍ୟୁତ ହୋଇଯାଇଥିଲା। ଏହି ଦୁର୍ଘଟଣା ପରେ ମାଲଗାଡ଼ିର ଡ୍ରାଇଭର ଟ୍ରେନ୍‌କୁ ଛାଡ଼ି ଫେରାର ହୋଇଯାଇଛନ୍ତି। ଖବର ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିିଛନ୍ତି।

ସମ୍ବନ୍ଧିତ ଖବର