ରାଉରକେଲାରେ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଜିଏସ୍‌ଟି ବିଭାଗର ଚଢ଼ଉ

ରାଉରକେଲା: ଭୁବନେଶ୍ୱର ଓ ରାଉରକେଲାର ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ବିଭାଗର ଅଧିକାରୀ ସୋମବାର ରାଉରକେଲାରେ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରିଛନ୍ତି। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ପ୍ରାପ୍ତ ରିପୋର୍ଟରୁ ଜଣାପଡ଼ିଛି।

ଜିଏସ୍‌ଟି ବିଭାଗର ଅଧିକାରୀ ରାଉରକେଲାର ୫ଟି ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିବା ମଧ୍ୟରେ ଅଛି ବେଦବ୍ୟାସଠାରେ ଥିବା ‘ସୁନାୟନା ମେଟାଲ’ ଏବଂ ‘ସ୍ୱସ୍ତିକ୍‌ ଇନ୍‌ଗଟ କମ୍ପାନି । ଏତଦବ୍ୟତୀତ ସିଭିଲ୍‌ ଟାଉନ୍‌ସିପର ଏକ ପ୍ରତିଷ୍ଠାନ, କୁଆରମୁଣ୍ଡା ଓ ବୀରମିତ୍ରପୁର ଦୁଇଟି ପ୍ରତିଷ୍ଠାନ ଉପରେ ଆକସ୍ମିକ ଚଢ଼ଉ କରିଥିଲେ ଜିଏସ୍‌ଟି ବିଭାଗର ଅଧିକାରୀ ।

ସମ୍ବନ୍ଧିତ ଖବର