ଅନୁଗୁଳ: ବିଧବା ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ, ହତ୍ୟା ସନ୍ଦେହ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ପାଚେରୀ କଡ଼ରେ ଜଣେ ବିବାହିତା ଯୁବତୀଙ୍କ ଅର୍ଦ୍ଧର୍ଦଗ୍‌ଧ ମୃତଦେହ ଜବତ କରାଯାଇଛି। ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ମିମ୍ବା କେହି ତାଙ୍କୁ ସେଠାକୁ ନେଇ ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷେ ପାରିପାଶ୍ଵିର୍କ ପରିସ୍ଥିକୁ ଅନୁଧ୍ୟାନ କଲେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ରଙ୍ଗବେଡ଼ା ଗ୍ରାମର ସବିତା ନାୟକ ନାମକ ଜଣେ ଯୁବତୀ ୨୦୧୦ ମସିହାରେ କିଆଝର ଗାଁରେ ବିବାହ କରିଥିଲେ। ମାତ୍ର ତାଙ୍କ ଦୁର୍ଭାଗ୍ୟକୁ ୨୦୧୧ ମସିହାରେ ସବିତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ସବିତା ରଙ୍ଗବେଡ଼ା ଫେରିଆସି ନିଜ ବାପଘରେ ରହୁଥିଲେ। ଆଜି ସକାଳୁ ସବିତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ରଙ୍ଗବେଡ଼ା ଗାଁକୁ ଲାଗି ଥିବା ଏନ୍‌ଟିପିସିର ପାଚୋରି କଡ଼ରେ ପଡ଼ିଥିବା ପରିବାର ଲୋକେ ଦେଖା ଗାଁ ଲୋକଙ୍କୁ ଡ଼କା ପକାଇଥିଲେ। ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି। ପୁଲିସ ସନ୍ଦେହ କରୁଛି କି ସବିତାଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ମୃତଦେହକୁ ଆଣି ସେଠାରେ ନିଆଁ ଲଗାଇ ଦିଆଯାଇଛିି। ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପୁଲିସର ତଦନ୍ତ ପ୍ରକିୟା ସେହି ଅନୁଯାୟୀ ଆଗେଇବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର