ଅସ୍ତରଙ୍ଗ: କାଳବୈଶାଖୀର ତାଣ୍ଡବରେ ୧୦୦ବର୍ଷ ପୁୁରୁଣା ବରଗଛ ଉପୁଡ଼ିବା ସହିତ ଲକ୍ଷାଧିକ ଟଙ୍କାର ପାନବରଜ ନଷ୍ଟ

ପୁରୀ: ଗତକାଲି ପ୍ରାୟ ରାତି ୧୨ଟା ବେଳେ ଅସ୍ତରଙ୍ଗରେ କାଳବୈଶାଖୀ ତାଣ୍ଡବ ରଚିବା ଆରମ୍ଭ କରିଦେଇଥିଲା। ୧୦୦କିଲୋମିଟରରୁ ଊର୍ଧ୍ୱ ବେଗରେ ପବନ ବହିବା ଯୋଗୁଁ କାକଟପୁର ବ୍ଲକ୍‌ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ପବନରେ ଲକ୍ଷାଧିକ ଟଙ୍କାର ପାନବରଜ ନଷ୍ଟ ହୋଇଥିବା ବେଳେ ଘରର ଚାଳଛପର ଉଡ଼ିଯାଇଥିଲା । ଏପରିକି ୧୦୦ ବର୍ଷ ପୁରୁଣା ବରଗଛ ମଧ୍ୟ ଏହି କାଳବୈଶାଖୀ ହେତୁ ଉପୁଡ଼ି ପଡ଼ିଥିଲା। ଗଛ ଉପୁଡ଼ି ପଡ଼ିବା ଯୋଗୁ ବିଦ୍ୟୁତ ଯୋଗାଣ ଓ ମୋବାଇଲ୍‌ ସେବା ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି। ଅନ୍ୟପଟେ କୁଣ୍ଢେଇ-ଓସଦା ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଛି । ରାତିର ଏହି କାଳବୈଶାଖୀ ଯୋଗୁ ଯାତ୍ରାପାର୍ଟି ପେଣ୍ଡାଲ୍‌ ମଧ୍ୟ ଭାଙ୍ଗି ଯାଇଥିଲା।

ସୂଚନାଯୋଗ୍ୟ, ଗତକାଲି ରାତିରୁ ବର୍ଷା ଫଳରେ ଅସହ୍ୟ ଗରମ ଓ ତାତିରୁ ଆଶ୍ୱସ୍ତି ମିଳିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ କାଳ ବୈଶାଖୀ ପ୍ରଭାବରେ ଉପକୂଳ ଓଡିଶାର ସମସ୍ତ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ ମଇ ୪ରୁ ୫ ତାରିଖ ଯାଏଁ ସାରା ଓଡିଶାରେ ତାତି କମିବା ସହ ଉପକୂଳ ଓଡିଶାରେ କାଳ ବୈଶାଖୀର ପ୍ରଭାର ଅନୁଭୂତ ହେବ ।

ସମ୍ବନ୍ଧିତ ଖବର