ଛାତ୍ରୀ ଅସଦାଚରଣ ଘଟଣା :ପ୍ରଧାନ ଶିକ୍ଷକ ନିଲମ୍ବିତ

ଦେବଗଡ: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ ଝରାଗୋଗୁଆ ପଞ୍ଚାୟତର ନଈକୂଳ ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ଶ୍ରେଣୀ ଗୃହ ସଫେଇ କରିବାକୁ କହି ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ବାସା ମୁଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପ୍ରକାଶଥାଉ କି ଉପରୋକ୍ତ ଅଭିଯୋଗ ନେଇ ଗ୍ରାମବାସୀ ସ୍କୁଲ୍‌ରେ ତାଲା ପକାଇବା ସହ ଦେବଗଡ଼ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍‌ ମାମଲା ରୁଜୁ କରି ପ୍ରଧାନ ଶିକ୍ଷକ ଶ୍ରୀ ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜି ତାଙ୍କୁ କାର୍ଯ୍ୟରୁ ସସ୍‌ପେଣ୍ଡ କରାଯାଇଥିବା ଦେବଗଡ଼ ଜିିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର