ଯାଜପୁର: ହେଲପର ଉପରେ ଚଢ଼ିଗଲା ବସ

ଯାଜପୁର: ଆଜି ସକାଳେ ଯାଜପୁର ଟାଉନରେ ଥିିବା ବସଷ୍ଟାଣ୍ଡରେ ଏକ ଘରୋଇ ବସ ଜଣେ ବସ୍‌ ହେଲପରଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ଘଟିଛି। ମୃତ ହେଲପର ଜଣକ ହେଉଛନ୍ତି ଜଗନ୍ନାଥ ଜେନା( ୪୫ ବର୍ଷ) ଓ ତାଙ୍କ ଘର ଟାଉନ ଥାନା ଅନ୍ତର୍ଗତ ଖଇରାବଦରେ।
ଶ୍ରୀ ଜେନା ଆଜି ଅଭିଷେକ ନାମକ ଏକ ଘରୋଇ ବସରେ ଚଢ଼ୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିିଲା ଓ ବସଟି ତାଙ୍କ ଉପରେ ଚଢ଼ିଯାଇଥିଲା।

ସମ୍ବନ୍ଧିତ ଖବର