ଭଞ୍ଜନଗର/ହିଞ୍ଜିଳି: ପୁଣି ଗଞ୍ଜାମରେ ଏନକାଉଣ୍ଟର। ଏଥର ଏନକାଉଣ୍ଟର ହୋଇଛି ହିଞ୍ଜିିଳି- ଶେରଗଡ଼ ରାସ୍ତାର ଡେଙ୍ଗାପଦର ଛକ ନିକଟରେ। ଏହି ଏନକାଉଣ୍ଟରରେ ଗୁରୁତର ଭାବେ ଆହତ ହୋଇଛନ୍ତି ଜିତୁ ସାହୁ ଓରଫ ବାଦଲ ନାମକ ଜଣେପୁରୁଣା ଅଭିଯୁକ୍ତ। ବିଭିନ୍ନ ହତ୍ୟା, ଡକାୟତିରେ ଜିତୁ ସମ୍ପୃକ୍ତ ଥିବା ପୁଲିସ କହିଛି। ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

publive-image
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଅଞ୍ଚଳର ବରପୋଲି ଗାଁରେ ଜିତୁ ସ୍ୱାଇଁ ଓରଫ ବାଦଲ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ। ଆସ୍କା ଥାନା ବୁଢ଼ା ବିଶୋଇ ହତ୍ୟା ମାମଲା,ଗାଙ୍ଗପୁର ଥାନା ସନ୍ତୋଷ ବିଶ୍ୱାଳ ହତ୍ୟା ମାମଲାରେ ମଧ୍ୟ ଜିତୁ ସମ୍ପୃକ୍ତ ଥିବା ପୁଲିସ କହିଛି। ଏପରିକି ନିକଟରେ ଶେରଗଡ଼ ବ୍ଲକ୍‌ ଗୋଠଗାଁ ହତ୍ୟା ମାମଲାରେ ମଧ୍ୟ ଜିତୁ ସମ୍ପୃକ୍ତ ଥିବା ପୁଲିସ କହିଛି। ତେବେ ଗତକାଲି ବିଳମ୍ବିତ ରାତିରେ ଜିତୁ ନିଜ ବାଇକରେ ଦୃତ ଗତିରେ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ଶେରଗଡ଼ ଥାନା ପୁଲିସ ତାଙ୍କୁ ଅଟକାଇଥିବାକୁ ଚେଷ୍ଟା କରିଥିଲେ। ମାତ୍ର ଜିତୁ ନଜ ପାଖରେ ଥିବା ମାଉଜରରୁ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ଜିତୁ ପୁଲିସ ଉପରକୁ ଗୁଳି ଚଳାଇବାରୁ ପୁଲିସ ପାଲଟା ଗୁଳି ଚଳାଇଥିଲା ଓ ଗୋଟିଏ ଗୁଳି ଜିତୁର ଡାହାଣ ଗୋଡ଼ରେ ବାଜି ଥିଲା। ଫଳରେ ଜିତୁ ପଡ଼ିଯିବାରୁ ପୁଲିସ ତାକୁ କାବୁ କରି ନେଇଥିଲା। ଜିତୁ ଠାରୁ ଗୋଟିଏ ମାଉଜର ରିଭଲଭର, ଗୋଟିଏ ବାଇକ ଓ ମୋବାଇଲ ଫୋନ ଜବତ କରାଯାଇଥିବା ଶେରଗଡ଼ ଥାନା ପୁଲିସ କହିଛି। ଜିତୁ ନାମରେ ହିଞ୍ଜିଳି, ଶେରଗଡ଼, ଗାଭ୍ଗପୁର ସହିତ ଭୁବନେଶ୍ୱର, ର ଖାରବେଳନଗର, ଖୋର୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ବହୁ ଅପରାଧିକ ମାମଲା ଥିବା ଜଣାଯାଇଛି।