ବୌଦ୍ଧ: ହରଭଙ୍ଗାରେ କର୍ତ୍ତବ୍ୟରତ ଗୃହରକ୍ଷୀଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାରେ କର୍ତ୍ତବ୍ୟରତ ଜଣେ ଗୃହରକ୍ଷୀଙ୍କର ଶନିବାର ରାତିରେ ବୌଦ୍ଧ ମୂଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ମୃତ ଗୃହରକ୍ଷୀ ଜଣକ ହେଲେ ଆଡେନିଗଡ଼ ଗ୍ରାମର କବିରାଜ ବେହେରା (୪୮)। ଖବର ଜଣାପଡିବା ପରେ ହରଭଙ୍ଗା ଥାନା ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି। ପ୍ରାପ୍ତ ସୂଚନା ମତେ କବିରାଜ ଗତକାଲି ଡ୍ୟୁଟିରେ କରୁଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ଏକଥା ଜାଣିବା ପରେ କିଛି ସହକର୍ମୀ ଓ ପରିବାର ଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲକୁ ନେଇ ଥିଲେ। ସେଠାରେ ସେ ଚିକିତ୍ସାଧିନ ଥିବା ଅବସ୍ଥାରେ ରାତ୍ର ପାୟ ୨ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ବୌଦ୍ଧରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କର ପୈତୃକ ଗ୍ରାମକୁ ନିଆ ଯାଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି। ସେ ଜଣେ ଅତ୍ୟନ୍ତ ସରଳ ମିଷ୍ଠଭାଷି ଓ କର୍ତବ୍ୟପରାୟଣ ଲୋକ ଭାବେ ପରିଚିତ ଥିଲେ। କବିରାଜ ହିଁ ପରିବାରରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସମ୍ପ୍ରତି ତାଙ୍କର ବଡଝିଅ ଯୁକ୍ତ୩ ଓ ପୁଅ ବୌଦ୍ଧ ନବୋଦୟ ବିଦ୍ୟାଳୟରେ ଯୁକ୍ତ୨ବିଜ୍ଞାନ ପଢୁଛନ୍ତି। ସରକାରୀ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କରିଥିବା କବିରାଜଙ୍କ ପିଲାଙ୍କ ଭବିଷ୍ୟତକୁ ଦ୍ରୁଷ୍ଟିରେ ରଖି ପୁଲିସ କତ୍ତୃପକ୍ଷ ତାଙ୍କ ବିଧବା ପତ୍ନୀଙ୍କୁ ନିଯୁକ୍ତି ଦେବାପାଇଁ ଗୃହରକ୍ଷୀ ମହଲରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର