ଯାଜପୁର: ଅଟୋ ଦୁର୍ଘଟଣାଗ୍ରସ୍ତ, ସ୍ୱାମୀ ମୃତ, ସ୍ତ୍ରୀ, ପୁଅଝିଅ ଗୁରୁତର

ଯାଜପୁର: ଆଜି ସକାଳେ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ଧରି ନିଜ ଅଟୋରେ ଆନନ୍ଦପୁରସ୍ଥିତ ଶ୍ୱଶୁରଘରକୁ ଯାଉଥିବା ବେଳେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତରୀୟ ରାଜପଥର ନୂଆପଦା ଛକ ନିକଟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କୋରୋଇଥାନା ଅଫସରପୁର ଗାଁର ଦିପ୍ତିମୟ ବେହେରା( ୪୦ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ପାର୍ବତୀ ବେହେରା, ପୁଅ ବାସୁଦେବ ଓ ଝିଅ ମାମା ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭତ୍ତି
କରିଛି।

ସମ୍ବନ୍ଧିତ ଖବର