ନୂଆଗାଁ : ପରକୀୟ ପ୍ରୀତି ସନ୍ଦେହରେ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଲେ ସ୍ୱାମୀ

ନୂଆଗାଁ : ବିବାହର ୬ ବର୍ଷ ପରେ ମଧ୍ୟ ପତ୍ନୀଙ୍କର ପରକୀୟ ପ୍ରୀତି ଥିବା ନେଇ ସ୍ୱାମୀ ସନ୍ଦେହ କଲେ। ଆଉ ସ୍ୱାମୀଙ୍କ ଏହି ସନ୍ଦେହକୁ ଖୋରାକ ଯୋଗାଇଲା ଲୁଚି ଛପି ପତ୍ନୀଙ୍କ ର ମୋବାଇଲରେ କାହା ସହିତ କଥା ହେବା। ପତ୍ନୀ ସ୍ୱାମୀଙ୍କୁ ଅଣଦେଖା କରି ମୋବାଇଲ ଫୋନ୍‌ରେ ସବୁବେଳେ ଗପିବାକୁ ଗ୍ରହଣ କରି ପାରିଲେ ନାହିଁ ସ୍ୱାମୀ। ଏପରିକି ପତ୍ନୀ ନିଜର ପରକୀୟ ପ୍ରୀତି ପାଇଁ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ହତାଦର କରୁଛନ୍ତି ବୋଲି ସ୍ୱାମୀ ସନ୍ଦେହ କଲେ। ଆଉ ଏହି ସନ୍ଦେହର ବଶବର୍ତ୍ତୀ ହୋଇ ପତ୍ନୀଙ୍କୁ ଗତକାଲି ରାତିରେ ଘର ବାହାରକୁ ଟାଣି ଆଣି ଜିଅନ୍ତା ପୋଡ଼ି ମାରି ଦେଇଛନ୍ତି ନୃଶଂସ ସ୍ୱାମୀ। ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ଆସି ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ଏପରି ଏକ ଘଟଣା ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ ଚର୍ଚ୍ଚାର କାରଣ ହୋଇଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆଗାଁ ଥାନା ଅନ୍ତର୍ଗତ ନଇତଇଳା ଗ୍ରାମର ନୀଳମଣି ମହାନ୍ତି (୩୩ ବର୍ଷ) ଜଣେ ଟ୍ରକ୍‌ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଘରେ ତାଙ୍କ ପତ୍ନୀ ଟିକିନା ମହାନ୍ତି(୩୦ ବର୍ଷ) ଓ ପୁଅ ଝିଅ ରୁହନ୍ତି। ତେବେ ଗତ କିଛିଦିନ ହେବ ଟିକିନା ଦୀର୍ଘ ସମୟ ଧରି ମୋବାଇଲ ଫୋନ୍‌ରେ ଅନ୍ୟ କାହା ସହିତ ଗପିବା ନେଇ ସ୍ୱାମୀ ନୀଳମଣି ଓ ଟିକିନାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ପତ୍ନୀ ପରପୁରୁଷ ସହିତ କଥା ହେଉଥିବା ନେଇ ନୀଳମଣି ସନ୍ଦେହ କରିଥଲେ। ତେବେ ଏହି କଥା ନେଇ ଗତକାଲି ରାତିରେ ପାଟି ତୁଣ୍ଡ ହୋଇଥିିଲା। ନୀଳମଣି କ୍ରୋଧରେ ଅନ୍ଧ ହୋଇ ପତ୍ନୀଙ୍କୁ ଘର ବାହାରକୁ ଟାଣି ନେଇ ତାଙ୍କୁ ତଳେ ପକାଇ ଦେଇ ତାଙ୍କ ବେକ ଉପରେ ପାଦରଖି ଚାପି ଦେଇଥିଲେ। ଏଥିରେ ପତ୍ନୀ ଟିକିନା ସଜ୍ଞାହୀନ ହୋଇପଡ଼ିବାରୁ ନୀଳମଣ୍‌ି ତାଙ୍କ ଉପରେ କିରାସିନି ଢ଼ାଳି ନିଆଁ ଲଗାଇଦେଇଥିଷଳ। ଫଳରେ ପତ୍ନୀ ଟିକିନା ଜୀବନ୍ତ ଦଗ୍ଧ ହୋଇ ଯାଇଥିିଲେ। ଏହା ପରେ ନୀଳମଣି ନିଜେ ଆସି ନୂଆଗାଁ ଥାନାରେ ଏ କଥା ପ୍ରକାଶ କରିବା ସହିତ ଆତ୍ମସମର୍ପଣ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଥାନାରେ ଟିକିନାଙ୍କର ନ୍ୟ ଜଣେ ଯୁବକଙ୍କ ସହିତ ଗୋପନ ପ୍ରୀତି ଚାଳଇଥିବା ବୋଲି ନୀଳମଣି କହିଛନ୍ତି।

ସମ୍ବନ୍ଧିତ ଖବର