ସ୍ତ୍ରୀକୁ ନିର୍ଯାତନା ଦେଇ ସ୍ୱାମୀ ଗିରଫ

ପାଇକସାହି: ସ୍ତ୍ରୀକୁ ନିର୍ଯାତନା ଦେଇ ରବିବାର ଜଣେ ସ୍ୱାମୀ ଗିରଫ ହୋଇଛି। ଆଠମଲ୍ଲିକ ବ୍ଳକ ଠାକୁରଗଡ଼ ଥାନା ଅରଖକୁଦ ଗ୍ରାମର ବୈଜୟନ୍ତୀ ଭୋଇ (୨୬)ଙ୍କୁ ତାଙ୍କ ସ୍ୱାମୀ ଅକ୍ଷୟ ଭୋଇ, ଶାଶୁ ଉମା ଭୋଇ, ଶ୍ୱଶୁର ସଂଜୟ ଭୋଇ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ବୈଜୟନ୍ତୀ ଓ କରଡାବାହାଳ ଗ୍ରାମର ଅକ୍ଷୟଙ୍କୁ ୨୦୧୪ରେ ବୈଦିକ ରୀତିରେ ବିବାହ କରିଥିଲେ। ମାତ୍ର ବିବାହର କିଛି ମାସ ପରେ ଅକ୍ଷୟ ନିଜ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ମାନସିକ ନିର୍ଯାତନା ଦେଇଆସୁଥିଲେ।

ସମ୍ବନ୍ଧିତ ଖବର