ପାଇକସାହି: ଠାକୁରଗଡ଼ ଥାନା ପୋକଣ୍ଡା ଗ୍ରାମର ରୀନା ନାୟକଙ୍କୁ ତାଙ୍କ ସ୍ୱାମୀ ପ୍ରଦୀପ କୁମାର ନାୟକ ଯୌତୁକ ନିର୍ଯାତନା ଦେଉଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏ ସଂକ୍ରାନ୍ତରେ ଥାନାରେ କେସ୍ ନଂ ୧୦୮/୧୯ରେ ଏକ ମାମଲା ରୁଜୁ କରିଛି।
ପୁଲିସ ମୁତାବକ, ରୀନାଙ୍କୁ ପ୍ରଦୀପ ୪ବର୍ଷ ତଳେ ବିବାହ କରିଥିଲେ। ହେଲେ କିଛି ଦିନ ହେବ ରୀନାଙ୍କୁ ସନ୍ଦେହ କରି ମାଡ ମାରିବା ସହିତ ୫୦ ହଜାର ଟଙ୍କା ଯୌତୁକ ଆଣିବା ପାଇଁ କହି ନିର୍ଯାତନା ଦେଉଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/download-5-4.jpg)
