ଢେଙ୍କାନାଳ: ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

ଢେଙ୍କାନାଳ:କ୍ରୋଧ ବ୍ରହ୍ମ ଚାଣ୍ଡାଳ। ଆଉ ଏହି କ୍ରୋଧରୁ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଖାଳପାଳ ଗାଁରେ ଗୋଟିଏ ପରିବାର ଛାରଖାର ହୋଇ ଯାଇଛି। ପାରିବାରିକ କଳହରୁ ହଠାତ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପତ୍ନୀଙ୍କୁ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ ସ୍ୱାମୀ । ପତ୍ନୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି ନିଜ ଉପରୁ ନିୟନ୍ତ୍ରଣ ହରାଇ ସ୍ୱାମୀ ପତ୍ନୀଙ୍କ ମୃତଦେହ ନିକଟରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଦି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବାଲିମି ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମର ସୁଧାକର ବାଡ଼ିଆ (୫୦ ବର୍ଷ) ଓ ପତ୍ନୀ ସିଲି ବାଡିଆ (୪୫ ବର୍ଷ) ଓରଫ ସମ୍ପର୍ଦା ବାଡ଼ିଆଙ୍କ ମଧ୍ୟରେ ପାଟିତୁଣ୍ଡ ଘଟିଥିଲା। ଏହି ସମୟରେ ହଠାତ ସୁଧାକର ଘର ଭିତରୁ ଏକ ଟାଙ୍ଗିିଆ ଆଣି ପତ୍ନୀ ସିଲୁଙ୍କୁ ଚୋଟ ପକାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସିଲିଙ୍କର ମୃତ୍ୟୁ ଘଟିଥିଲା। ପତ୍ନୀ ମରିଯିବା ମାତ୍ରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବେକରେ ଫାଶି ଲଗାଇ ଝୁଲି ପଡ଼ିଥିଲେ ସ୍ୱାମୀ ସୁଧାକର। ଏ ସମ୍ପର୍କରେ ସୂଚନା ପାଇ ବାଲିମି ଥାନା ପୁଲିସ ଗାଁରେ ପହଞ୍ଚିି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର