ବୌଦ୍ଧ: ଦୁର୍ଘଟଣାରେ ସ୍ୱାମୀ ମୃତ, ପତ୍ନୀ, ଭଉଣୀ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଆଡେଣିଗଡ଼ ନିକଟସ୍ଥ ନୂଆଗାଁ ଛକ ନିକଟରେ ଏକ କାର ଦୃତ ଗତିରେ ଯାଇ ବନବିଭାଗ ପକ୍ଷରୁ ରାସ୍ତାକଡ଼ରେ ପୋତାଯାଇଥିବା ଏକ ଖୁଣ୍ଟି ସହିତ ଧକ୍କା ଖାଇବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ମହିଳା ଗୁରୂୁତର ଭାବେ ଆହତ ହୋଇଛନ୍ତି। ମୃତ ଜଣକ ସ୍ୱାମୀ ହୋଇଥିବା ବେଳେ ବେଳେ ତାଙ୍କ ପତ୍ନୀ ଓ ଭଉଣୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା କଣ୍ଟାମାଳର ବିଜୟ ଗୁପ୍ତା ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ଭଉଣୀଙ୍କ ସହିତ ଭୁବନେଶ୍ୱରରୁ ଗାଁକୁ ଫେରୁଥିବା ବେଳେ ନୂଆଗାଁ ଛକ ନିକଟରେ ଗାଡ଼ିରୁ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଖୁଣ୍ଟରେ ପିଟି ଦେଇଥିଲେ। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ବିଜୟ ଗୁପ୍ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଗୁରୁତର ଭାବେ ଆହତ ହୋଇଥିଲେ। ଖବରପାଇ ପୁଲିସ ଓ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର