ବଲାଙ୍ଗୀର: ପତ୍ନୀର ଚରିତ୍ରକୁ ସନ୍ଦେହ କରି ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ, ଥାନାରେ ଆତ୍ମସମର୍ପଣ

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦରହ ଗାଁରେ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ଚାଲିିଚାଲିି ଯାଇ ବେଲପଡ଼ା ଥାନାରେ ଆତ୍ମସମର୍ପଣ କରିଛନ୍ତି।
ମିଳିଥିବା ସୂଚନାରୁ ପ୍ରକାଶ ଯେ,ମୁଣ୍ଡୋଦରହି ଗ୍ରାମର ଧବଳେଶ୍ୱର ଚିରାଗୁନ ଓ ତାଙ୍କ ପତ୍ନୀ ବୈଦେହୀ ଚିରାଗୁନଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହୋଇଥାଏ। ବିଶେଷ କରି ଗୁଣିଗାରେଡି ଯୋଗୁଁ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟୁତୁଣ୍ଡ ହେଉଥିବା ବେଳେ ଧବଳେଶ୍ୱର ପତ୍ନୀ ବୈଦେହୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଅନ୍ୟ ଜଣେ ପୁରୁଷଙ୍କର ବୈଦେହୀଙ୍କର ଅନୈତିକ ସମ୍ପର୍କ ଥିଲା ବୋଲି ଧବଳେଶ୍ୱର ସନ୍ଦେହ କରୁଥିଲେ। ଏହି ସନ୍ଦେହରୁ ଆଜି ସକାଳେ ଧବଳେଶ୍ୱର ପତ୍ନୀ ବୈଦେହୀଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବେଳପଡ଼ା ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର