ନବରଙ୍ଗପୁର: ପତ୍ନୀଙ୍କୁ ପିଟିପିଟି ମାରିଦେଲା ସ୍ୱାମୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ରେ ଥିବା ଯାଦବ ମାଝି ବାଳିକା ହାଇସ୍କୁଲର ପିଅନ ପଦୁରାମ ଭୋଇ ଗତକାଲି ଏକ କ୍ରିିକେଟ ବ୍ୟାଟ୍‌ରେ ପିଟିପିଟିି ନିଜ ପତ୍ନୀ ଅଞ୍ଜନା ନାୟକ(୩୫ ବର୍ଷ)ଙ୍କୁ ହତ୍ୟା କରିଛନ୍ତି।ହତ୍ୟାକାଣ୍‌ହର କାରଣ ଜଣାପଡ଼ି ନ ଥିବା ବେଳେ ପୁଲିସ ପଦୁରାମଙ୍କୁ ଗିରଫ କରି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ପଦୁରାମ ଓ ଅଞ୍ଜନାଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତେବେ ବିଭିନ୍ନ କାରଣରୁ ପଦୁରାମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ହୁଏ। ଗତକାଲି ସନ୍ଧ୍ୟାରେ କୌଣସି କାରଣରୁ ପଦୁରାମ ଓ ଅଞ୍ଜନାଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ପଦୁରାମ ଘରେ ଥିବା ପୁଅର କ୍ରିକେଟ ବ୍ୟାଟ୍‌ ଆଣି ଅଞ୍ଜନାଙ୍କୁ ଲଗାତର ଭାବେ ପିଟି ଚାଲିଥିଲେ। ଶେଷରେ ଅଞ୍ଜନା ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରଥିଲେ। ଅଞ୍ଜନା ମରିଯିବା ଜାଣିବା ପରେ ପଦୁରାମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଆଜି ସକାଳେ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ର୍ପାଁ ପଠାଇବାର ବ୍ୟବସ୍ଥା କରିଛି। ଅପରପକ୍ଷେ ଆଜି ସକାଳୁ ପୁଲିସ ପଦୁରାମଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ ଯେ ଗତ ରାଇଘର ନିର୍ବାଚନ ସମୟରେ ପଦୁରାମ ଡ୍ୟୁଟିରେ ଯାଇଥିବା ବେଳେ ଏକ ଇଭିଏମ୍‌ ମେସିନ୍‌କୁ ଫୋପାଡ଼ି ଦେଇଥିଲେ। ଏ ନେଇ ତାଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର