ଅନ୍ୟ ପୁରୁଷ ସହ ଫଟୋ ଉଠାଇବାରୁ ସ୍ୱାମୀର ଛୁରାମାଡର ଶିକାର ହେଲା ସ୍ତ୍ରୀ

କଳାବାଡିଆ: ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ସ୍ତ୍ରୀ ପେଟରେ ଛୁରି ଭୂଷି ଫେରାର ହୋଇଯିବା ଘଟଣା ଗତ ୨୨ ତାରିଖରେ ବାଙ୍ଗିରିପୋଷି ଥାନା ନିଶ୍ଚିତ ପଞ୍ଚାୟତର ସିରାସାହି ଗ୍ରାମରୁ ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ, ସ୍ୱାମୀ ଲାଲମୋହନ ମୁର୍ମୁ ଘରେ ନଥିବା ସମୟରେ ଦ୍ୱାରଶୁଣୀ ମେଳା ଦେଖିବା ପାଇଁ ବେତନଟୀ ଥାନା ପଚାଖାଳି କଦମଶୋଳ ନିଜ ଶଶୁର ଘର ଗ୍ରାମରୁ ଆସିଥିବା ଜଣେ ଦେଉର ସହିତ ସ୍ତ୍ରୀ ଫଟୋ ଉଠାଇଥିଲା। ଏହି ଫଟୋ ଦେଖି ଲାଲମୋହନ ଯୁକ୍ତିତର୍କ ଲାଗିବା ସହିତ ସ୍ତ୍ରୀ ସଲାମା ମଣି ମୁର୍ମୁ ପେଟରେ ଛୁରୀ ଭୂଷି ଥିଲା। ପରେ ଶଶୁରଙ୍କୁ ମଧ୍ୟ କ୍ଷତାକ୍ତ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ବାଙ୍ଗିରିପୋଷି ଥାନାରେ ୦୭/୨୦୧୯ରେ ମାମଲା ରୁଜୁ ହୋଇଥିଲା। ପୁଲିସ ଲାଲମୋହନକୁ ଖୋଜୁଥିଲା।

ବିଶେଷ ସୂତ୍ରରୁ ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ଚନ୍ଦନ କୁମାର ଘଡେଇ, କନେଷ୍ଟବଳ ଦିପକ ପାଲବାବୁ ଓ ଥାନାର ପୁଲିସ କର୍ମଚାରୀମାନେ ହଠାତ ରାସଗୋବିନ୍ଦ ଥାନା ଦ୍ୱାରଶୁଣି ଗ୍ରାମରେ ମଧ୍ୟରାତ୍ରିରେ ଚଢ଼ାଉ କରି ନିଜ ମାଉସି ଘରୁ ଲାଲମୋହନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ସମ୍ବନ୍ଧିତ ଖବର