ଭବାନୀପାଟଣା: ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ମାନଝରୀ ଗ୍ରାମରେ ଘଟଣାଟି ଘଟିଛି। ଉଭୟ ସହଦେବ କେତକୀ(୪୫) ଓ ପୁଷ୍ପା କେତକୀ (୩୯) ସ୍ଥାନୀୟ ଜଙ୍ଗଲକୁ କୌଣସି କାମରେ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା। ସେଠାରେ ସେମାନେ ଗୁରୁତର ହୋଇ ପଡ଼ିଯାଇଥିଲେ। ସୂଚନା ପାଇ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାକୁ ପଠାଇ ଥିବା ଜଣା ପଡ଼ିଛି।
କଳାହାଣ୍ଡି: ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀ ଗୁରୁତର
/sambad/media/post_attachments/wp-content/uploads/2019/03/lightning3.jpg)