ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ୍ଜେଟ୍ର କୋଲକାତା- ହାଇଦ୍ରାବାଦ ଭାୟା ଝାରସୁଗୁଡ଼ା ବିମାନ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ବାତିଲ ହୋଇଥିବା ସୂଚନା ମିଳିଛି। ଅମ୍ଫାନ ଯୋଗୁଁ ସ୍ପାଇସ୍ଜେଟ୍ର ଏହି ବିମାନ ହାଇଦ୍ରାବାଦ-ଝାରସୁଗୁଡ଼ା ମଧ୍ୟରେ ଗତ ୨୫ ତାରିଖ ଠାରୁ ଚଳାଚଳ କରୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି କୋଲକାତା-ଝାରସୁଗୁଡ଼ା-ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ଏଲାୟନ୍ସ ଏୟାରର ବିମାନ ପୂର୍ବରୁ ( ୨୫ ତାରିଖ ଠାରୁ ୨୭ ତାରିଖ) ପର୍ଯ୍ୟନ୍ତ ଉଡ଼ାଣ ବାତିଲ ନେଇ ଘୋଷଣା କରିଥିଲା। ଆଜି ଏହି କମ୍ପାନୀ ପୁଣି ୨୮ ରୁ ୩୧ ତାରିଖ ୪ ଦିନ ବିମାନ ବାତିଲ ହୋଇଥିବା ନେଇ ସୂଚନା ଦେଇଥିବା ବିମାନ ବନ୍ଦର ସୂତ୍ରରୁ ଜଣାପଡ଼ିଛି।
କୋଲକାତାରେ ସ୍ଲଟ୍ ମିଳିନଥିବାରୁ ବାତିଲ ଉଭୟ ବିମାନ ବାତିଲ ହୋଇଥିବା ଜଣାଯାଇଛି। ଆଜି ବୁଧବାର ଥିବାରୁ ଦିଲ୍ଲୀ-ଝାରସୁଗୁଡ଼ା ବିମାନ ବନ୍ଦ ଥିଲା। ତେବେ ହାଇଦ୍ରାବାଦ ଠାରୁ ଆସିଥିବା ବିମାନରେ ୩୯ ଜଣ ଯାତ୍ରୀ ଆସିଥିବା ବେଳେ ୧୯ ଜଣ ଯାତ୍ରୀ ଯାତ୍ରା କରିଥିଲେ। ଫଟୋ- ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କୁ ସତର୍କତାର ସହିତ ଯାଞ୍ଚ କରାଯାଉଛି।