ଇବ୍‌ ନଦୀ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ୨୦ଫୁଟ୍ ତଳକୁ ଖସିଲା କାର୍, ପ୍ରେମୀଯୁଗଳଙ୍କ ପ୍ରାଣଗଲା

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ବୁଧବାର ଅପରାହ୍ନରେ ଇବ୍‌ ନଦୀ ପୋଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବାଇକ୍‌ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ଓ ବାଇକ ପଛରେ ବସିଥିବା ଜଣେ ଯୁବତୀ ରାସ୍ତାକୁ ଛିଟିକି ପଡ଼ିଥିଲେ। ଫଳରେ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଖବର ପାଇବା ପରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇମୃତଦେହକୁ ଉଦ୍ଧାର କରିଥିଲା। ଏହି ଦୁଇଜଣ ପ୍ରେମୀଯୁଗଳ ବୋଲି ପୁଲିସ ସନ୍ଦେହ କରୁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଦୁହିଁଙ୍କ ପରିଚୟ ମିଳି ପାରି ନଥିଲା। କାର ଚାଳକଙ୍କୁ ବିଶେଷ କିଛି ଅଘାତ ଲାଗି ନାହିଁ ବୋଲି ପୁଲିସ ସୂଚନା ଦେଇଛି।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଝାରସୁଗୁଡ଼ାରୁ ଏକ ବାଇକ୍‌ରେ ଯୁବକଯୁବତୀ ଆସୁଥିବା ବେଳେ ତାଙ୍କ ସାମ୍ନା ପାର୍ଶ୍ୱରୁ ଦ୍ରୁତ ଗତିରେ ଏକ କାର ଆସିଥିଲା। ଉଭୟ କାର ଓ ବାଇକ ଚାଳକ ଗାଡ଼ି ଉପରେ ନିୟନ୍ତ୍ରଣ ରକ୍ଷା କରି ନ ପାରିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ରାସ୍ତାରୁ ୨୦ଫୁଟ ତଳକୁ କାର୍‌ଟି ଖସି ପଡ଼ିଥିଲା।

ସମ୍ବନ୍ଧିତ ଖବର