ଇବଥର୍ମାଲ: ଲଖନପୁର କୋଇଲା ଖଣିକ୍ଷେତ୍ର ରିଜନାଲ ଷ୍ଟୋର ପାଖ ବନ୍ଧବାହାଲ-ବେଲପାହାଡ଼ ମୁଖ୍ୟରାସ୍ତାରେ ଏକ ବସ୍ (ଓଆର ୨୩ଏ ୬୩୨୬)) ସହ ସ୍କୁଟି (ଓଡି ୨୩ସି ୭୬୨୩) ଧକ୍କା ହେବା ଫଳରେ ସ୍କୁଟିରେ ବସିଥିବା ମହିଳା ନିଳାଦ୍ରୀ ବଢ଼େଇ (୪୦)ଙ୍କ ମୃତ୍ୟୁ ଘଟିଛି। ସ୍କୁଟି ଚଳାଉଥିବା ସୀତାରାମ ମୁଣ୍ଡା ଗୁରୁତର ଆହତ ହୋଇ ବର୍ତ୍ତମାନ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଛନ୍ତି। ନିଳଦ୍ରୀ ବଢ଼େଇ ଜଣେ ବିଧବା ଏବଂ କିଛି ପୂର୍ବରୁ ତାଙ୍କ ସ୍ୱାମୀ ଏମସିଏଲରେ କାର୍ଯ୍ୟରତ ଥିବା ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଡାକ୍ତରଖାନା ନିଆଯାଉଥିବା
Sambad is now on WhatsApp
Join and get latest news updates delivered to you via WhatsApp
ଅବସ୍ଥାରେ ଅନୁଗୁଳ-ରେଢ଼ାଖୋଲ ମଝିରେ ନିଳାଦ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ସୀତାରାମ ମୁଣ୍ଡା ଏମସିଏଲରେ ସିଡବ୍ଲୁଏସ କର୍ମଚାରୀ ବୋଲି ଜଣାପଡ଼ିଛି। ବୁଧବାର ଦିନ ୧ଟା ସମୟରେ ମଧ୍ୟାହ୍ନ ଭୋଜନ ପାଇଁ ଉଭୟେ ବନ୍ଧବାହାଲ କଲୋନି କ୍ୱାର୍ଟରକୁ ଯାଉଥିଲେ। ବିପରୀତ ପଟୁ ବସ୍ ସହ ଧକ୍କା ହେବା ଫଳରେ ସେମାନେ ଛିଟିକି ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଲଖନପୁର ଖଣିକ୍ଷେତ୍ର ଡିସପେନସେରିକୁ ନିଆଯାଇଥିଲା। ସୀତାକାନ୍ତ ସେଠୀଙ୍କ ଅଭିଯୋଗରେ ବନହରପାଲି ପୁଲିସ୍ ଏକ ମାମଲା ରୁଜୁ କରି ରାତି ୯ଯାରେ ବସ୍ଟିକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଅପରପକ୍ଷରେ ବନ୍ଧବାହାଲ କଲୋନି କ୍ୱାର୍ଟର ନଂ ଏମ/୧୧୦ରେ ଏକାକି ରହୁଥିବା ନିଳାଦ୍ରୀଙ୍କ ମୃତ୍ୟୁ ଖବରରେ ଶୋକ ଖେଳିଯାଇଛି।