ଖୋ ଖୋ ପ୍ରତିଯୋଗିତାରେ ଭାରତ ବିପକ୍ଷ ଇଂଲଣ୍ଡକୁ ହରାଇ ଗରିବ ପରିବାର ସୁନା ଝିଅ ସସ୍ମିତା ଦେଶ ତଥା ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି

ଜଗତସିଂହପୁର: ଲଣ୍ଡନ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ସିନିୟର ବିଭାଗ ଖୋ ଖୋ ଖେଳରେ ଇଂଲଣ୍ଡକୁ ହରାଇ ବିଶ୍ୱ ଚାମ୍ପିଆନ ହୋଇଛି ଭାରତୀୟ ଦଳ ।ଏହି ବିଜୟୀ ଦଳର ଅନ୍ୟତମ ସଦସ୍ୟ ଅଛନ୍ତି ସସ୍ମିତା ନାଥଶର୍ମା। ସସ୍ମିତା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଗ୍ରାମର ସରୋଜ ନାଥଶର୍ମାଙ୍କ ଝିଅ ।

ଖୋ ଖୋ ପ୍ରତିଯୋଗିତାରେ ଭାରତ ବିପକ୍ଷ ଇଂଲଣ୍ଡକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ତଥା ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସସ୍ମିତା । ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ସସ୍ମିତା ତିର୍ତ୍ତୋଲ ଆଦିକବି ଶାରଳା ଦାସ କଲେଜରେ ଯୁକ୍ତ ୩ରେ ପାଠ ପଢୁଛନ୍ତି । ସସ୍ମିତାଙ୍କ ବାପା ଗୋଟିଏ ଛୋଟ ବ୍ୟବସାୟ କରନ୍ତି । ଏବେ ସସ୍ମିତାଙ୍କ କୃତି ପାଇଁ ସାରା ଜିଲ୍ଲା ଏବେ ତାଙ୍କୁ ନେଇ ଗର୍ଭ ଅନୁଭବ କରୁଛନ୍ତି ।

ସସ୍ମିତା ୨୦୧୧ ମସିହାରେ ତିର୍ତ୍ତୋଲର ମଣିଚରଣ ସାରଳା ଏକାଡେମିରେ ୬ଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ କ୍ରୀଡା ଶିକ୍ଷକ ଭୁବନ ମୋହନ ଦାସଙ୍କ ଠାରୁ ପ୍ରଶିକ୍ଷଣ ଲାଭ କରି ଜିଲ୍ଲା ତାଥା ରାଜ୍ୟରେ ଅନେକ ପୁରଷ୍କାର ପାଇଛନ୍ତି । ସେପ୍ଟେଟର ୨ ତାରିଖ ଠାରୁ ୫ ତାରିଖ ପାର୍ଯ୍ୟନ୍ତ ଲଣ୍ଡନ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଠାରେ ଖୋ ଖୋ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ମହିଳା ଖୋ ଖୋ ଦଳକୁ ସ୍ୱର୍ଣ୍ଣ ଜିତାଇ ଗୌରବ ଆଣିଛନ୍ତି ସୁନା ଝିଅ ସସ୍ମିତା ।

ସମ୍ବନ୍ଧିତ ଖବର