ଜଳଭଣ୍ଡାରର କ୍ଷମତାଠାରୁ ଅଧିକ ପରିମାଣର ପାଣି ରହିବାର ଆଶଙ୍କା ନେଇ ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍‌ର ୩ଟି ଗେଟ୍‌

ନବରଙ୍ଗପୁର : ଜିଲ୍ଲାରେ  ରେକର୍ଡ  ବର୍ଷା ହୋଇଥିବାରୁ ଇନ୍ଦ୍ରାବତୀ ନଦୀରେ ଜଳ ପ୍ରବାହ ବଢ଼ିଛି । ତେଣୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ଗତକାଲି ରାତି ୯ଟା ସୁଦ୍ଧା ୯୩୯.୭୦ ମିଟର ରହିଥିଲା। ଜଳଭଣ୍ଡାରର କ୍ଷମତାଠାରୁ ଅଧିକ ପରିମାଣର ପାଣି ରହିବାର ଆଶଙ୍କା ନେଇ ଗୁରୁବାର ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଡ୍ୟାମ୍‌ର ୩ଟି ଗେଟ୍‌ ଖୋଲାଯାଇଛି।

ତେବେ ଜଳଭଣ୍ଡାରର କ୍ଷମତାଠାରୁ ଅଧିକ ପରିମାଣର ପାଣି ରହିବାର ଆଶଙ୍କା ଥିବାରୁ ଗତକାଲି ନବରଙ୍ଗପୁର ଜିଲ୍ଲାର ଖାତିଗୁଡ଼ାଠାରେ ଥିବା ୫ଟି ଗେଟ୍‌ ଓ ମୋରନଠାରେ ଥିବା ଡ୍ୟାମରୁ ୨ଟି ଗେଟ୍‌ ଖୋଲାଯିବାର ଯୋଜନା ରହିଥିଲା। । ତେବେ ଖାତିଗୁଡାଠାରେ ୫ଟି ଗେଟ୍‌ ଖୋଲାଗଲେ ବନ୍ୟା ପାଣି ଇନ୍ଦ୍ରାବତୀ ନଦୀରେ ପ୍ରବାହିତ ହେବ। ଏହାଦ୍ୱାରା ଇନ୍ଦ୍ରାବତୀ ନଦୀରେ ବନ୍ୟା ପାଣି ଆସି ନବରଙ୍ଗପୁର, ଚନ୍ଦାହାଣ୍ଡି ଓ କୋଷାଗୁମୁଡା ବ୍ଲକର ୧୬ଟି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ସମସ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏଥିସହିତ ଇନ୍ଦ୍ରାବତୀ ନଦୀ କୂଳରେ ଥିବା ସମସ୍ତ ଗ୍ରାମକୁ ସତର୍କ ସୂଚନା ଦିଆଯାଇଥିବାର ପ୍ରଶାସନ ସୂଚନା ମିଳିଛି।

ସମ୍ବନ୍ଧିତ ଖବର