କେନ୍ଦ୍ରାପଡ଼ା: ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ପ୍ରେମିକାର ମାମୁଙ୍କ ପାଖକୁ ପଠାଇ ଦେଲା ପ୍ରେମିକ, ଝିଅ ପିତାର ଏଭଳି କାମ ପରେ ବନ୍ଧା ହେଲା ପୁଅ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ପ୍ରେମିକାର ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ପରେ ପ୍ରେମିକ ପୁଲିସ ହାତରେ ଧରାପଡ଼ିଛି। ଯୁବତୀ ଉକ୍ତ ଯୁବକକୁ ବିବାହ କରିବାକୁ ମନା କରିବାରୁ ସେ ଏଭଳି କାଣ୍ଡ ଘଟାଇ ଥିବା ଜଣାପଡ଼ିଛି। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ ଏହି ମାମଲାରେ ସୌମ୍ୟରଞ୍ଜନ ସାହୁ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ବସବାସ କରୁଥିବା ସୌମ୍ୟରଞ୍ଜନ ସାହୁ ସେହି ଅଞ୍ଚଳର ଜଣେ ଯୁବତୀକୁ ଭଲ ପାଉଥିଲା ଏବଂ ତା’ ସହିତ ଶାରୀରିକ ସମ୍ପର୍କ ରଖିଥିଲା।। ତେବେ ଉକ୍ତ ଯୁବତୀ ପ୍ରେମିକର ବିବାହ ପ୍ରସ୍ତାବକୁ ଏଡାଇ ଦେଇଥିଲା। ଫଳରେ ପ୍ରେମିକ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ସେହି ସବୁ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରି ଦେଇଥିଲା। ଏପରିକି ସେ ଯୁବତୀଙ୍କ ମାମୁଙ୍କ ପାଖକୁ ମଧ୍ୟ ଏସବୁ ପଠାଇ ଦେଇଥିଲା।

ସମ୍ବନ୍ଧିତ ଖବର