ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଉଦ୍‌ଘାଟିତ

ରାମନାଗୁଡା: ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ଠାରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଅତିରିକ୍ତ ତହସିଲଦାର ଫେଡ୍ରେନାଲ ଏକ୍କା ଏହାର ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗାଣ ନିରୀକ୍ଷକ ରୀତା ବେହେରା, ସିନିୟର ରେଜିଷ୍ଟ୍ରାର ଟି.ଶବର ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ, ମିଲର୍ସ ଏବଂ ଚାଷୀ ଉପସ୍ଥିତ ଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ବନ୍ଧରେ ମଣ୍ଡିରେ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଷନ ରଥ ପରିଚାଳନା କରିଥିଲେ।
ଅମ୍ବାଦୋଳା: ମୁନିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ଡିମିରୁଗୁଡା ହାଟରେ ଧାନ ମଣ୍ଡିକୁ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ନାୟକ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଆରଏମସିର ସଞ୍ଜୀବ ରାଓ, ସୁଦାମ ପାଢୀ, ଡିଇଓ କେଦାର ଠେଲା, ବିଆଇସି ଏମ୍‌.ଶଙ୍କର ରାଓ, ଆରଆଇ ରଘୁବାରି ରାମଦାସ ପେଦେଣ୍ଟି ସମେତ ପ୍ରାୟ ୫୦ଜଣ ଚାଷୀ ଉପସ୍ଥିତ ଥିଲେ। ସପ୍ତାହର ପ୍ରତ୍ୟେକ ବୁଧବାର ଦିନ ଡିମିରୁଗୁଡା ମଣ୍ଡିରେ ଧାନ କିଣାଯିବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁବାସ ପଲକିଆ, ସଦାଶିବ ଗୁରୁ, ବୁଡୁ ପଲକିଆ, ସାରସ ପ୍ରଧାନୀ, ପ୍ରଶାନ୍ତ ବୈଦ୍ୟ, ନରେନ୍ଦ୍ର ଛାତି ଓ ରାମାରାଓ କରକରିଆ ପ୍ରମୁଖ ଉପସ୍ଥିତ ଥିଲେ।
ମୁନିଗୁଡା: ମୁନିଗୁଡା ଲ୍ୟାମ୍ପସ ପକ୍ଷରୁ ମୁନିଖୋଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର କୋରଡା ଏହାର ଉଦ୍‌ଘାଟନ କରିଥିଲେ। ଏଥିରେ ବିଡିଓ ଦିଲ୍ଲୀପ ବେହେରା, ଲ୍ୟାମ୍ପସ ସଭାପତି ପ୍ରକାଶ ଜାଲାଗାପୁ ଯୋଗଦେଇ ଚାଷୀ କିପରି ଠିକ୍‌ ରୂପେ ଧାନ ଆଣି ମଣ୍ଡିରେ ବିକ୍ରି କରିପାରିବେ ସେଥିପ୍ରତି ସଜାଗ ରହିବା ପାଇଁ ମିଲର୍ସଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଓ ମିଲର୍ସ ଉପସ୍ଥିତ ଥିଲେ। ସେହିଭଳି ଆସନ୍ତା ଶୁକ୍ରବାର ଦିନ କୁମୁଡାବାଲି ଠାରେ ନୂତନ ମଣ୍ଡି ଉଦ୍‌ଘାଟନ ହେବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମକୁ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସାଦ ରଥ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର