ବ୍ରହ୍ମପୁରରେ ଆଇପିଏଲ ବେଟିଂ, ଛାତ୍ରଙ୍କ ସମେତ ୩ ଗିରଫ, ୭.୬୧ ଲକ୍ଷ ଟଙ୍କା ଜବତ

0 677

ବ୍ରହ୍ମପୁର: ବ୍ରହ୍ମପୁରରେ ଚାଲିିଛି ଆଇିପିଏଲ ବେଟିଂ। ଗତକାଲି ରାତିରେ ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ପାଷ୍ଟ ଗେଟ୍‌ ନିକଟରେ ଥିବା ଏକ ଘରେ ଆଇପିଏଲ ମ୍ୟାଚ୍‌ର ଅନ୍‌ଲାଇନ୍‌ ବେଟିଂ ଚାଲିଥିବା ବେଳେ ପୁଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଛାତ୍ର ଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୁଲିସ ନଗଦ ୭ ଲକ୍ଷ ୬୧ ହଜାର ଟଙ୍କା ଜବତ କରିଛି।

www.ipl2018xplore.com

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଇଣ୍ଡିଆନ ପ୍ରିମୟର ଲିଗ୍‌( ଆଇପିଏଲ) ମ୍ୟାଚ୍‌ ଆରମ୍ଭ ହେବା କ୍ଷଣି ବ୍ରହ୍ମପୁର ସହରରେ ସଟ୍ଟା ବଜାର ଗରମ ହୋଇ ଉଠେ। ଗତବର୍ଷ ମଧ୍ୟଏହି ପରି ଆଇପିଏଲ ଅନ୍‌ଲାଇନ ବେଟିଂ ଚାଲିଥିିବା ସୂଚନା ପାଇ ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା। ଚଳିତ ବର୍ଷ ମଧ୍ୟ ଏହି ଆଇପିଏଲ ବେଟିଂ ଚାଲିଥିବା ନେଇ ପୁଲିସ ସନ୍ଦେହ କରିଥିଲା ଓ ଏହି ସଟ୍ଟା ବଜାର ଉପରେ ଚଢ଼ାଉ କରିବା ପାଇଁ ଏସଡିପିଓ ପ୍ରଭାତ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠନ କରାଯାଇଥିଲା। ଏହି ସ୍କ୍ଵାଡ ଗତକାଲି ରାତିରେ ପାଷ୍ଟଗେଟ ନିକଟରେ ଥିବା ଏକ ଘର ଭିତରେ ଅନ୍‌ଲାଇନ ବେଟିଂ ଚାଲିଥିବା ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। ସେଠାରୁ କମ୍ପ୍ୟୁଟର, ମୋବାଇଲ ଫୋନ, ନଗଦ ୭ଲକ୍ଷ ୬୧ ହଜାର ଟଙ୍କା ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.