ଶିକ୍ଷକ ପ୍ରଭିଜନାଲ ପଦୋନ୍ନତି ତାଲିକା ପ୍ରସ୍ତୁତିରେ ଅନିୟମିତା ଅଭିଯୋଗ

ବାରିପଦା: ଶିକ୍ଷା ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପ୍ରଭିଜନାଲ ପଦୋନ୍ନତି ତାଲିକା ପ୍ରସ୍ତୁତିରେ ଅନିୟମିତା ଅଭିଯୋଗ ଆଣିଛନ୍ତି ଆସୋସିଏସନ ଅଫ୍ ଟିଚର ରିକ୍ୟୁଟେଡ୍ ଇନ୍ ବିଏଡ଼ ଅଣ୍ଡର୍ ଜିଲ୍ଲାପରିଷଦ ମୟୂରଭଞ୍ଜ (ଏଟ୍ରିବୁଜୋ) ଶିକ୍ଷକ ସଂଗଠନ । ଶିକ୍ଷକ ସଂଗଠନର ସଭାପତି ମହେନ୍ଦ୍ର ସାହୁଙ୍କ ଅଭିଯୋଗ ଅନୁସାରେ, ଶିକ୍ଷା ବିଭାଗର ଚିଠି ସଂଖ୍ୟା ୨୯୧୭/୦୪.୦୫.୨୦୨୦ ଅନୁସାରେ ଶିକ୍ଷକମାନଙ୍କୁ ଜିଲ୍ଲାପରିଷଦ ଅଧୀନରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ବିଏ/ ବିଏସସି/ ବିଏଡ୍ ଓ ବିଏ/ ବିଏସସି /ସିଟି ଏହିପରି ଦୁଇ ବର୍ଗରେ ବିଭକ୍ତ କରାଯାଇଛି। କିନ୍ତୁ ପୂର୍ବରୁ ଅଧିକାଂଶ ବିଏ, ବିଏସସି ଓ ବିଏଡ୍ କରିନଥିବା ଯେଉଁ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କେତେକ ବିଏ, ବିଏସସି ଓ ବିଏଡ୍ ପାସ୍ କରି ସାର୍ଟିଫିକେଟ ବିଭାଗୀୟ ଅଧିକାରୀଙ୍କ ନିକଟରେ ଜମା କରିଛନ୍ତି । କିନ୍ତୁ ପଦୋନ୍ନତି ବେଳେ ସେମାନଙ୍କ ସାର୍ଟିଫିକେଟଗୁଡ଼ିକୁ ସଠିକ୍ ଭାବେ ଯାଞ୍ଚ କରାଯାଉ ନାହିଁ । ଯେହେତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାଜୁଏଟ୍ ଶିକ୍ଷକ ଭାବେ ପଦୋନ୍ନତି ପାଇବାକୁ ଯାଉଛନ୍ତି । ଏହି ସମୟରେ ନିଯୁକ୍ତି ତାରିଖକୁ ଯୋଗ୍ୟତା ମାପଦଣ୍ଡ ଭାବେ ଗ୍ରହଣ କରାଯିବା ନିମନ୍ତେ ଶିକ୍ଷା ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଛି ।

ମାତ୍ର ସଂଘ ପକ୍ଷରୁ ଯୁକ୍ତ ଦୁଇ ସିଟି ପାଶ କରି ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଖ-ଠ ର ଶିକ୍ଷକ ଶିକ୍ଷୟତ୍ରୀମାନେ ନିୟମିତ ଭାବେ ଚାକିରୀ କରିଥିବା ଅବସ୍ଥାରେ ପଢ଼ିବା ଓ ପରୀକ୍ଷା ଦେବା ନିମନ୍ତେ ଛୁଟି ଅଥବା ବିଭାଗୀୟ ଅନୁମତି ନ ନେଇ ଗ୍ରାଜୁଏଟ ହୋଇଛନ୍ତି । ତେଣୁ ପଦୋନ୍ନତି ତାଲିକା ପ୍ରସ୍ତୁତ କରାଯିବା ସମୟରେ ସମସ୍ତଙ୍କ ସାର୍ଟିଫିକେଟ ସହ ସର୍ଭିସ ବୁକଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବା ନିମନ୍ତେ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି । କାରଣ ଶିକ୍ଷକ ଭାବେ ନିଯୁକ୍ତି ନେବାର ବର୍ଷେ ଓ ଦୁଇ ବର୍ଷ ଭିତରେ କେତେକ ଶିକ୍ଷକ ଗ୍ରାଜୁଏସନ ପାଶ ସାର୍ଟିଫିକେଟ ଦାଖଲ କରିଥିବାର ଜଣାପଡ଼ିଛି । ତେଣୁ ଏହା କିପରି ସମ୍ଭବ ହୋଇ ପାରିଲା ବୋଲି ସଂଘର ସଭାପତି ମହେନ୍ଦ୍ର କୁମାର ସାହୁ ଓ ସମ୍ପାଦକ ଶୁକଦେବ ସିଂ ପ୍ରଶ୍ନ ଉଠାଇଛନ୍ତି । ଏଥି ସହିତ ଏକ ଦାବିପତ୍ର ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏହି ସମୟରେ ସଂଘର ଜାଗେନ ମାର୍ଣ୍ଡି, ଅମୀର କୁମାର ପ୍ରଧାନ, କେଶବ ଚନ୍ଦ୍ର ସେଠୀ, ପ୍ରମୋଦ କୁମାର ବେହେରା ଓ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର