ମହାସମାରୋହରେ ମୁଜାହିଦେ ଏ ମିଲତଙ୍କ ବାର୍ଷିକ ଉର୍ଷ ଉତ୍ସବ ଆୟୋଜିତ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଠାରେ ୩୯ତମ ବାର୍ଷିକ ଉତ୍ସବ ପାଳିତ ହେଉଛି। ମୁଜାହିଦେ ଏ ମିଲ୍‌ତଙ୍କର ଉର୍ଷ ଉତ୍ସବ ଦୁଇଦିନ ଧରି ଚାଲିବ। ରାଜ୍ୟ ଓ ଦେଶ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଭିଡକୁ ଦେଖି ବ୍ୟାପକ ପୁଲସ ମଧ୍ୟ ମତୟନ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଠାରେ ମହାସମାରୋହରେ ମୁଜାହିଦେ ଏ ମିଲତଙ୍କ ବାର୍ଷିକ ଉର୍ଷ ଉତ୍ସବ ଆୟୋଜିତ ହୋଇଛି।

ଏହି ୩୯ତମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଚାଲିବ। ଏହି ଦୁଇଦିନ ପାଇଁ ବିଭନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସର୍ବଭାରତୀୟ କବି ସମ୍ମିଳନୀ, ମୁସାଏରା ସହ ଧର୍ମସଭା ମଧ୍ୟ ଆୟୋଜିତ ହେବ। ସବୁଠାରୁ ମୁଖ୍ୟ ଆକର୍ଷଣ ଚଦର ଶୋଭାଯାତ୍ରା ରହିଛି। ଶ୍ରଦ୍ଧାଳୁମାନେ ଶୋଭାଯାତ୍ରାରେ ଆସି ମୁଜାହିଦେ ଏ ମିଲତଙ୍କ ଆସ୍ଥାନ ଉପରେ ଚଦର ଚଢ଼ାନ୍ତି। ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବିଭନ୍ନ ରଙ୍ଗ ବେରଙ୍ଗରେ ଦୋକାନୀମାନେ ପସରା ମେଲେଇ ଥାଆନ୍ତି।

ସେହିପରି ଚଳିତ ବର୍ଷ ଉର୍ଷ ପର୍ବ ପାଇଁ ୭୦୦ରୁ ଊର୍ଦ୍ଧ ଦୋକାନ ଷ୍ଟଲ ଖୋଲାଯାଇଛି। କେବଳ ରାଜ୍ୟ ବାହାରୁ ନୁହେଁ ଦେଶ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଏହି ଉର୍ଷ ଉତ୍ସବରେ ଯୋଗ ଦିଅନ୍ତି। ଏଠାରେ ମାନସିକ ପୂରଣ ହେଉଥିବାର ବିଶ୍ୱାସ ମଧ୍ୟ ରହିଛି। ସେଥିପାଇଁ ମାନସିକଧାରୀମାନେ ମଧ୍ୟ ନିଜ ମାନସିକ ପୂରଣ ପାଇଁ ଚଦର ଚଢ଼ାନ୍ତି। ବେଶୀ କରି ମୁସଲମାନ ସମ୍ପ୍ରଦାୟର ଲୋକେମାନେ ମଧ୍ୟ ମୁଜାହିଦେ ଏ ମିଲତଙ୍କ ଆସ୍ଥାନରେ ଚଦର ଚଢ଼ାଇ ଥାଆନ୍ତି। ଭିଡକୁ ଦେଖି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଭାବେର ୨୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଯାହାକି ଶାନ୍ତି କମିଟି ସଦସ୍ୟଙ୍କ ସହ ଉର୍ଷ କମିଟି ଏହି ଉତ୍ସବକୁ କିପରି ଶାନ୍ତିଶୃଙ୍ଖଳାର ସହ ଶ୍ରଦ୍ଧାଳୁମାନେ ଚଦର ଚଢ଼ାବା ସହିତ ଦର୍ଶନ କରିବେ ସେନେଇ ବ୍ୟବସ୍ଥ ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର