ଜମି ପାଇଁ ହତ୍ୟା: ବଡ଼ ଭାଇ ସହ ୪ ଗିରଫ

ଏରସମା : ନିଖୋଜର ଦୁଇ ଦିନ ପରେ ଏରସମା ବ୍ଲକ୍‌ ଆମ୍ବିକି ପଞ୍ଚାୟତ ଗଙ୍ଗାବେଲାରୀ ଗ୍ରାମର ବିକାଶ ସେନାପତି(୩୭)ଙ୍କ ମୃତଦେହକୁ ଆଜି ତଣ୍ଡା ଜଙ୍ଗଲରୁ ପୁଲିସ ଉଦ୍ଧାର କରିଛି। ଜମିବାଡ଼ି କଳହରୁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଏହି ମାମଲାରେ ବିକାଶଙ୍କ ବଡ଼ଭାଇ ଅଭି ସେନାପତି, ପଡ଼ୋଶୀ ଶିବ ସେନାପତି, ଗିରିଧାରୀ ସାହୁ ଓ ନିମାଇଁ ସେନାପତିଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର