୨ବାଇକ ଧକ୍କାରେ ୪ ଗୁରୁତର

ତାରପୁର/ଗୋପାଳପୁର: କଟକ-ପାରାଦୀପ ରାସ୍ତାର ଗଡମା ବଜାରରେ ଅାଜି ମଧ୍ୟାହ୍ନ ୧୨ଟା ସମୟରେ ୨ଟି ବାଇକ୍‌ ମଧ୍ୟରେ ଧକ୍କା ଲାଗିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ମୁତାବକ, ଏରସମା ଗ୍ରାମର ସୁଦର୍ଶନ ସାହୁ ଓ ରାହାମାର ହେମନ୍ତ କୁମାର ବରାଳ ବୁଲେଟରେ କଟକ ଯାଉଥିବା ବେଳେ ଗଡମା ପ୍ରହରାଜପୁରର ଶାହାଉଦ୍ଦିନ ଖାନ ଓ ତାଙ୍କ ଭଉଣୀ ସାଇନା ଫିରଦୋଷ ଏକ ଡିସକଭର ଗାଡିରେ ବଜାରକୁ ଅାସୁଥିବା ବେଳେ ବାଇକ୍‌ ଦୁଇଟଇ ମଧ୍ୟରେ ଧକ୍କା ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ତେବେ, ସେମାନଙ୍କ ମଧ୍ୟରୁ ସୁଦର୍ଶନ ସାହୁ, ଶାହାବୁଦ୍ଦିନ ଓ ସାଇନାଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଛି।

ସମ୍ବନ୍ଧିତ ଖବର