ଗୋପାଳପୁର: ରଘୁନାଥପୁର ବ୍ଳକ୍ ଅଚ୍ୟୁତପୁର ଗ୍ରାମର ମାନସ ସାହୁଙ୍କ ପତ୍ନୀ ନିରୂପମା ସାହୁଙ୍କୁ କାଳିଆ ଯୋଜନା ଟଙ୍କା ଦେବାକୁ କହି ଦୁର୍ବୃତ୍ତ ୧୮ହଜାର ଟଙ୍କା ଲୁଟି ନେଇଛନ୍ତି। ଗତ ୧ ତାରିଖ ଦିନ ନିରୂପମାଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା। ନିଜକୁ ଉତ୍ତରକୂଳ ଷ୍ଟେଟ ବ୍ୟାଙ୍କ କର୍ମଚାରୀ କହି ଉକ୍ତ ବ୍ୟକ୍ତି ନିରୂପମାଙ୍କ ଆକାଉଣ୍ଟ୍କୁ କାଳିଆ ଟଙ୍କା ପଠାଯିବ ବୋଲି କହିଥିଲେ। ସେଥିପାଇଁ ସେ ଆକାଉଣ୍ଟ ନମ୍ବର ଓ ଏଟିଏମ୍ ନମ୍ବର ମାଗିଥିଲେ। ଏହାର କିଛଇ ସମୟ ପରେ ସେ ପୁନର୍ବାର ଫୋନ୍ କରି ଉକ୍ତ ଆକାଉଣ୍ଟ୍କୁ ଟଙ୍କା ଯାଇପାରୁ ନଥିବାରୁ ଅନ୍ୟ କୌଣସି ଆକାଉଣ୍ଟ୍ ନମ୍ବର ଦେବାକୁ କହିଥିଲେ। ନିରୂପମା କାଳିଆ ଟଙ୍କା ପାଇବା ଆଶାରେ ତାଙ୍କୁ ତାରପୁର ଗ୍ରାମ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ଲୁଟେରା ଉଭୟ ଆକାଉଣ୍ଟ୍ ବ୍ୟବହାର କରି ଷ୍ଟେଟ୍ ବ୍ୟାଙ୍କ୍ରୁ ୧୩ ହଜାର ଓ ଗ୍ରାମ୍ୟ ବ୍ୟାଙ୍କରୁ ୫ ହଜାର ଉଠା ନେଇଥିଲେ। ଦିନକ ପରେ ମଙ୍ଗଳବାର ନିରୂପମା ଖାତା ଚେକ୍ କରିବା ବେଳକୁ ୧୮ହଜାର ଟଙ୍କା ଗାଏବ୍ ହୋଇଥିବା ଜାଣି ପାରିଥିଲେ। ଏହାକୁ ନେଇ ସେ ରଘୁନାଥପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଟଙ୍କା ଯାଇଥିବା ନମ୍ବରକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।
କାଳିଆ ଟଙ୍କା ଲୋଭ ଦେଖାଇ ମହିଳାଙ୍କ ଅକାଉଣ୍ଟ୍ରୁ ଲୁଟ୍
/sambad/media/post_attachments/wp-content/uploads/2019/04/smart-ways-to-spend-1K-373x261.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)