ବୋଲେରୋ-ବାଇକ୍‌ ଧକ୍କା, ୨ ଗୁରୁତର

ଗୋପାଳପୁର: ରଘୁନାଥପୁର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ତାରପୁର ବାଇପାସ୍‌ ନିକଟରେ ଆଜି ଏକ ବୋଲେରୋ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ନୂଆପଡ଼ାର ସରୋଜ ଦାସ (୨୯) ଓ ଜ୍ଞାନରଂଜନ ଖୁଣ୍ଟଆ (୩୦) ଗୁରୁତର ଆହତ ହୋଇଛନ୍ତି। ଅପରାହ୍ନରେ ସେମାନେ ବାଇକ୍‌ ଯୋଗେ ନୂଆପଡ଼ାରୁ କଟକ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବୋଲେରୋଟି ଧକ୍କା ଦେଇଥିଲା। ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜଗତସିଂହପୁର ସ୍ଥାନାନ୍ତର କରାଯାଇଛି। ରଘୁନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର