ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ମହମବତି ଶୋଭାଯାତ୍ରା

ଜଗତସିଂହପୁର ସଦର: ସାଲେପୁରର ଦୁଷ୍କର୍ମ ପୀଡ଼ିତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଜଗତସିଂହପୁର ଜିଲ୍ଲା ବିଜେପି ମହିଳା ମୋର୍ଚା ପକ୍ଷରୁ ମହମବତି ଶୋଭାଯାତ୍ରା କରାଯାଇଛି। ମହିଳା ମୋର୍ଚା ସଭାନେତ୍ରୀ କ୍ରୀଷ୍ଣା ମହାନ୍ତିଙ୍କ ନେତୃତ୍ୱରେ ମହିଳାମାନଙ୍କ ମହମବତି ଶୋଭାଯାତ୍ରା ବିଜେପି କାର୍ଯ୍ୟାଳୟରୁ ବାହାରି ସାନବଜାରସ୍ଥିତ ତ୍ରିନାଥ ମନ୍ଦିରରେ ପହଞ୍ଚିଥିଲା। ସରକାରଙ୍କ ଅପାରଗତାରୁ ରାଜ୍ୟର ନାବାଳିକା, ଶିଶୁ ଓ ମହିଳାମାନେ ଅସୁରକ୍ଷିତ ବୋଲି ସେମାନେ ଅଭିଯୋଗ କରିଥିଲେ। ଏହି ଶୋଭାଯାତ୍ରାରେ ରାଜ୍ୟ ମହିଳା ମୋର୍ଚାର କାର୍ଯ୍ୟକାରିଣୀ ସଦସ୍ୟା ଅମିତା ଦାସ, ଜିଲ୍ଲା ମହିଳା ମୋର୍ଚା ସାଧାରଣ ସମ୍ପାଦିକା କଳ୍ପନା ନାୟକ, ପଳାଶୋଳ ମଣ୍ଡଳ ସଭାପତି ସସ୍ମିିତା ମହାପାତ୍ର, ନଗର ମଣ୍ଡଳ ସଭାନେତ୍ରୀ ସବିତା ସ୍ୱାଇଁ, ଉର୍ବଶୀ ଦାସ ଓ ସବିତା ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର