ଯୌତୁକ ପାଇଁ ହତ୍ୟା ଅଭିଯୋଗ

ତିର୍ତ୍ତୋଲ: ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଲର ପଞ୍ଚାୟତ ଓଳଗଦା ଗ୍ରାମରେ ନବବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡ଼ିଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ସିଙ୍ଗଟିଅା ଗ୍ରାମର ଦେବେନ୍ଦ୍ର ନାଥଙ୍କ ଭଉଣୀ ପ୍ରତିମା ମଞ୍ଜରୀ(୨୫)ଏହି ଥାନା ଅନ୍ତର୍ଗତ କୋଲର ପଞ୍ଚାୟତ ଓଳଗଦା ଗ୍ରାମର ଭରତ ଦାସଙ୍କ ପୁତ୍ର ପ୍ରଶାନ୍ତ ଦାସ(ବିକା)ଙ୍କୁ ୪ ମାସ ତଳେ ବିବାହ କରିଥିଲେ। ବିବାହର କିଛିଦିନ ପରେ ପ୍ରତିମାଙ୍କୁ ଶାଶୁଘର ପକ୍ଷରୁ ଯୌତୁକ ନିର୍ଯାତନା ଦିଅାଯାଇଥିଲା। ଶେଷରେ ଶାଶୁଘର ଲୋକେ ପ୍ରତିମାଙ୍କୁ ମାରି ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେଇଥିବା ପ୍ରତିମାଙ୍କ ଭାଇ ଦେବେନ୍ଦ୍ର ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତିର୍ତ୍ତୋଲ ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପଠାଇଛି। ଏ ନେଇ ମାମଲା(୨୭୩/୧୮) ମାମଲା ରୁଜୁ କରି ପ୍ରତିମାଙ୍କ ସ୍ବାମୀ ପ୍ରଶାନ୍ତଙ୍କୁ ଥାନାରେ ଅଟକ ରଖିଛି ।

ସମ୍ବନ୍ଧିତ ଖବର