ଜିଲ୍ଲାପାଳଙ୍କ ବିବାଦୀୟ ନିର୍ମାଣସ୍ଥଳ ପରିଦର୍ଶନ

ବିରିଡି: ମାଛଗାଁ କେନାଲର ମଧ୍ୟଶାସନ ନିକଟସ୍ଥ ବିଲୁଆଖାଇ କେନାଲ ସବ୍‌-ଡିଭିଜନ୍‌ର ବାମପଟ ବନ୍ଧ ଉପରେ ଗୋଷ୍ଠୀ ପାଇଖାନା ନିର୍ମାଣ ହୋଇଥିଲା। ଏହି ପାଇଖାନା ନିର୍ମାଣକୁ ନେଇ ଜଳସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଇଥିଲା । ଏହାର ସ୍ଥିତି ଜାଣିବା ପାଇଁ ଗତକାଲି ଜିଲ୍ଲାପାଳ ୟାମିନୀ ଷଡଙ୍ଗୀ, ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଅଧୀକ୍ଷଣ ଯନ୍ତ୍ରୀ ବିଜୟ କୁମାର ମିଶ୍ର ଗୋଷ୍ଠୀ ପାଇଖାନା ନିର୍ମାଣ ସ୍ଥଳ ପରିଦର୍ଶନରେ କରିଥିଲେ। ଏହି ନିର୍ମାଣ କାର୍ଯ୍ୟ କେନାଲ ବନ୍ଧ ଉପରେ କରାଯାଇପାରିବ ନାହିଁ ବୋଲି ପୂର୍ବରୁ ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଥିଲେ। ତା’ ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ତାହାକୁ ନେଇ ବିବାଦ ଉପୁଜିଥିଲା। ସେହି କାରଣରୁ ଜିଲ୍ଲାପାଳ ଓ ମୁଖ୍ୟଯନ୍ତ୍ରୀଙ୍କ ସହ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଦଳପତି ମଣ୍ଡଳ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଚିତ୍ତରଂଜନ ଜେନା ଓ ଏବିଡିଓ ଗିରିଜା ପ୍ରସାଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର